ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିଆଙ୍କ ଯାଚିକାର ଶୁଣାଣି

author img

By

Published : Feb 16, 2021, 9:32 AM IST

ଗତ ବର୍ଷ ସୁଶାନ୍ତଙ୍କୁ ନକଲି ଔଷଧ ଦେଇଥିବା ଅଭିଯୋଗ କରିଥିଲେ ରିଆ । ସୁଶାନ୍ତଙ୍କ ଦୁଇ ଭଉଣୀ ମିତୁ ଏବଂ ପ୍ରିୟଙ୍କାଙ୍କ ଉପରେ ଲାଗିଥିବା ଏହି ମାମଲାରେ ସୋମବାର ଶୁଣାଣି ହୋଇଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର 8 ମାସ ବିତିଗଲାଣି ଏବଂ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାର ନ୍ୟାୟ ପାଇଁ ଏଯାବତ ଲାଗିଛନ୍ତି । ସେପଟେ ସୋମବାର ତାଙ୍କ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟ ତରଫରୁ ଏକ ନିଷ୍ପତ୍ତି ସାମ୍ନାକୁ ଆସିଛି। ରିଆ ଚକ୍ରବର୍ତ୍ତୀ ଦ୍ବାରା ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା ।

ଯେଉଁଥିରେ ସୁଶାନ୍ତଙ୍କ ଭଉଣୀ ମୀତୁ ସିଂଙ୍କୁ ରିହାତି ମିଳିଥିବା ବେଳେ ପ୍ରିୟଙ୍କାଙ୍କୁ ହାଇକୋର୍ଟଙ୍କ ଠାରୁ ଆଶ୍ବସ୍ତି ମିଳିନାହିଁ । ତେବେ ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ନାଁରେ ଦାଖଲ ହୋଇଥିବା ଆବେଦନକୁ ରଦ୍ଦ କରାଯାଇଛି। ରିଆ ଦୁଇ ଭଉଣୀଙ୍କ ବିରୋଧରେ ଗତ ବର୍ଷ ସେପ୍ଟେମ୍ବର 7ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ।

ଆଉ ଅଭିଯୋଗରେ କହିଥିଲେ ଯେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁ ସେମାନେ ଦିଲ୍ଲୀର ଡାକ୍ତର ତରୁଣ କୁମାରଙ୍କୁ ଭେଟି ସୁଶାନ୍ତଙ୍କ ପାଇଁ ଏକ ନକଲି ପ୍ରେସକ୍ରିପସନ୍ ଲେଖିଥିଲେ। ତାଙ୍କର ମାନସିକ ଅବସ୍ଥା ନଜାଣି ସୁଶାନ୍ତଙ୍କ ପାଇଁ ଔଷଧ ଦିଆଯାଇଥିଲା। ଯାହାଦ୍ବାରା ତାଙ୍କ ସମସ୍ୟା ଆହୁରି ବଢିଯାଇଥିଲା ।

ଜୁନ 8ରେ ସୁଶାନ୍ତଙ୍କୁ ଏହି ଔଷଧ ପ୍ରେସ୍କ୍ରାଇବ କରାଯାଇଥିବା ବେଳେ 14ରେ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ । ଉଭୟ ଭଉଣୀ ଏବଂ ତରୁଣ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ କହିଥିଲେ ରିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.