ETV Bharat / sitara

2021ରେ ବିବାହ କରିଥାଆନ୍ତେ ସୁଶାନ୍ତ, ଖୁଲାସା କଲେ ପିତା - ଶାନ୍ତଙ୍କ ଏକ୍ସଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ

ସୁଶାନ୍ତଙ୍କ ବିବାହ ଓ ଗାର୍ଲଫ୍ରେଣ୍ଡ ବିଷୟରେ ଅନେକ କଥା କହିଛନ୍ତି କେକେ ସିଂ । ତାଙ୍କୁ କେବଳ ସୁଶାନ୍ତଙ୍କ ଏକ୍ସଗାର୍ଲଫ୍ରେଣ୍ଡ ଅଙ୍କିତାଙ୍କ ବିଷୟରେ ଜଣାଥିଲା ବୋଲି ବୟାନ ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂ ରାଜପୁତ

author img

By

Published : Jun 26, 2020, 1:31 PM IST

ପାଟନା: ଫେମସ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ଏଯାବତ ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ଏବେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ଫ୍ୟାନ୍ସଙ୍କଠୁ ନେଇ କିଛି ସେଲିବ୍ରିଟି ମଧ୍ୟ ତାଙ୍କୁ ନ୍ୟାୟ ଦେବା ପାଇଁ ଲାଗିପଡିଛନ୍ତି । ସେହିପରି ଫ୍ୟାନ୍ସଙ୍କ ରାଗର ଶିକାର କିଛି ଫେମସ କଳାକାର ମଧ୍ୟ ହୋଇଛନ୍ତି । ଇତିମଧ୍ୟରେ ତାଙ୍କ ବିବାହକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହାର ଖୁଲାସା ତାଙ୍କ ପିତ କେକେ ସିଂ କରିଛନ୍ତି ।

ସେ ପୁଅଙ୍କ ମୃତ୍ୟୁ ଉପରେ ଆଲୋଚନା କରି ଏହି କଥାକୁ କନଫର୍ମ କରିଛନ୍ତି ଯେ 2021ରେ ସୁଶାନ୍ତ ବିବାହ କରିଥାଆନ୍ତେ । ହେଲେ ସେ କାହାକୁ ବିବାହ କରିଥାଆନ୍ତେ ସେ କଥା ସେ କାହାରିକୁ ଜଣାଇନଥିଲେ । ଏହି କଥାର ଖୁଲାସା କେକେ ଏକ ସାକ୍ଷାତକାରରେ କରିଛନ୍ତି ।

ପିଲା ବେଳେ ସୁଶାନ୍ତ ନିଜ ମନ କଥା ପରିବାର ଲୋକଙ୍କ ସହ ସେୟାର କରୁଥିଲେ । ହେଲେ ଧିରେ ଧିରେ ବଡ ହେବା ସହ ସେ କେବଳ ନିଜ ମଧ୍ୟରେ ସବୁ ଜିନିଷକୁ ଚାପି ରଖିବା ଆରମ୍ଭ କରିଦେଇଥିଲେ । ପ୍ରଥମେ ସବୁ କଥା କହୁଥିଲେ ହେଲେ ଗତ କିଛି ବର୍ଷରୁ ସେ କୌଣସି କଥା କାହାରିକୁ କହୁନଥିଲେ ବୋଲି କହିଛନ୍ତି ପିତା ।

ଖାଲି ଏତିକି ନୁହେଁ କେକେ, ସୁଶାନ୍ତଙ୍କ ଏକ୍ସଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ଆଲୋଚନା କରି କହିଥିଲେ ଯେ ମୁମ୍ବାଇରେ ସମସ୍ତଙ୍କ ସହ ସାକ୍ଷାତ କରିବା ପରେ ପାଟନା ମଧ୍ୟ ଆସି ପରିବାର ସହ ସାକ୍ଷାତ କରିଥିଲେ ଅଙ୍କିତା । ତାଙ୍କୁ କେବଳ ଅଙ୍କିତାଙ୍କ ବିଷୟରେ ହିଁ ଜଣା ଥିଲା ରିଆ ଚକ୍ରବର୍ତ୍ତୀଙ୍କ ବିଷୟରେ ସେ କିଛି ଜଣାନଥିଲା ।

ପ୍ରକାଶ ଥାଉକି ଗତ ରବିବାର ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ପାଟନା ଘରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.