ETV Bharat / sitara

ରିଆଙ୍କ ଅଭିଯୋଗକୁ ମନଗଢା କହିଲେ ସୁଶାନ୍ତଙ୍କ ଦୁଇ ଭଉଣୀ - ରିଆ ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସୁଶାନ୍ତଙ୍କ ଦୁଇ ଭଉଣୀ

ରିଆଙ୍କ ଅଭିଯୋଗ ଆଧାରରେ ଅଭିନେତା ସୁଶାନ୍ତଙ୍କ ଭଉଣୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ମୁମ୍ବାଇ ପୋଲିସ ବାଧ୍ୟ ବୋଲି ସୋମବାର ବମ୍ବେ ହାଇକୋର୍ଟଙ୍କୁ ସୂଚନା ଦେଇଛି । ଏବେ ଏହି ଏଫଆଇଆର ଉପରେ ଦୁଇ ଭଉଣୀଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Nov 5, 2020, 8:00 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନିକଟରେ ଜାମିନ ମିଳିଥିଲା । ହେଲେ ଜେଲ ଯିବା ପୂର୍ବରୁ ସେ ସୁଶାନ୍ତ ଦୁଇ ଭଉଣୀ ପ୍ରିୟଙ୍କା ସିଂ ଓ ମୀତୁ ସିଂଙ୍କ ନାଁରେ ଏକ ଏଫଆଇଆର ରୁଜୁ କରିଥିଲେ । ଦୁଇଜଣଙ୍କ ଉପରେ ଅଭିଯୋଗ ଲଗାଯାଇଛି ଯେ, ସୁଶାନ୍ତଙ୍କ ପାଇଁ ନକଲି ପ୍ରେସକ୍ରିପସନ ବ୍ୟବହାର କରି ଭୁଲ ଔଷଧ ଦେଇଥିଲେ । ଯାହାଦ୍ବାରା ସୁଶାନ୍ତ ଅସୁସ୍ଥ ହେବା ସହ ପରିଶେଷରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । ସେପଟେ ଏହା ବିରୁଦ୍ଧରେ ପ୍ରିୟଙ୍କା ଏବଂ ମିତୁ ଏଫଆଇଆର ଖାରଜ କରିବାକୁ ଆବେଦନ କରିଥିଲେ।

ବର୍ତ୍ତମାନ ଏହି ଆବେଦନ ଉପରେ ଦୁଇଜଣ ଉତ୍ତର ଜାରି କରି କହିଛନ୍ତି, ‘ରିଆ ଆମ ଉପରେ ଲଗାଇଥିବା ଅଭିଯୋଗ ମିଥ୍ୟା ଏବଂ ମନଗଢା କାହାଣୀ । ଯାହାର କୌଣସି ଆଧାର ନାହିଁ । ଏଥିରେ ରଖାଯାଇଥିବା ତଥ୍ୟ ସବୁ ବିଭ୍ରାନ୍ତିକର । ରିଆ ଆମଠୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ଏବଂ ବ୍ୟକ୍ତିଗତ ରୂପେ ଏପରି ଅଭିଯୋଗ ଲଗାଇ ଆମ ପରିବାରକୁ ହଇରାଣ କରିବାକୁ ଚାହୁଁଛନ୍ତି । ରିଆ ଜାଣିଶୁଣି ସେହି ଚିଠି ଲୁଚାଇ ରଖିଥିଲେ ଯାହା ସେ ନିଜେ ସେପ୍ଟେମ୍ବର 14ରେ ମୁମ୍ବାଇ ପୋଲିସକୁ ଲେଖିଥିଲେ । ଏହି ଚିଠିରେ ସେ ଲେଖିଛନ୍ତି ଯେ ଧାରା 306 (ଆତ୍ମହତ୍ୟା ପାଇଁ ଆବେଦନ) ଅନୁଯାୟୀ ଏଫଆରଆଇ ଦାଖଲ କରାଯାଇପାରିବ ନାହିଁ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.