ମୁମ୍ବାଇ: ଟିଭିର ସବୁଠାରୁ ପପୁଲାର ଧାରାବାହିକ ମଧ୍ୟରେ ଅନ୍ୟତମ ଥିଲା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଡେବ୍ୟୁ ଧାରାବାହିକ ‘ପବିତ୍ର ରିସ୍ତା’ । ମାନବ ଭୂମିକାରେ ଅଭିନୟ କରିଥିଲେ ସୁଶାନ୍ତ । ସେହିପରି ତାଙ୍କ ଅପୋଜିଟ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନଜର ଆସିଥିଲେ । ଇତିମଧ୍ୟରେ ସୁଶାନ୍ତଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ବଡ ଖବର । କାରଣ ଖୁବଶୀଘ୍ର ଆସିବାକୁ ଯାଉଛି ‘ପବିତ୍ର ରିସ୍ତା 2.0’।
2014ରେ ଆସିଥିବା ଏହି ଧାରାବାହିକର ନୂଆ ଭର୍ସନ ପରଦାରେ ପୁଣି ଦେଖିବାକୁ ମିଳିବ । ହେଲେ ସୁଶାନ୍ତଙ୍କ ସ୍ଥାନରେ ନୂଆ ଅଭିନେତା ନଜର ଆସିବେ । ସେହିପରି ଅଙ୍କିତା ପୁଣିଥରେ ଅର୍ଚ୍ଚନା ଭୂମିକାରେ ଦେଖାଯିବେ ।
ଚର୍ଚ୍ଚା ଜୋର ଧରିଛି ଯେ ଅଙ୍କିତାଙ୍କ ସହିତ ଏଥର ମାନବ ଅବତାରରେ ଅଭିନୟ କରିବେ ଲୋକପ୍ରିୟ ଅଭିନେତା ଶାହିର ସେଖ । ରିପୋର୍ଟ ଅନୁଯାୟୀ ଶୋର ନିର୍ମାତା ଏକତା କପୁର ମୁଖ୍ୟ ରୋଲ ପାଇଁ ଶାହିରଙ୍କୁ ସାଇନ ମଧ୍ୟ କରାଇସାରିଛନ୍ତି । ହେଲେ ଏଯାବତ ଅନ୍ୟ କାଷ୍ଟଙ୍କୁ ନେଇ କୌଣସି ଖୁଲାସା ହୋଇନାହିଁ ।