ETV Bharat / sitara

ବିଦେଶ ବକ୍ସ ଅଫିସରେ ‘ଦିଲ ବେଚାରା’ର ଶାନଦାର ପ୍ରଦର୍ଶନ

author img

By

Published : Sep 7, 2020, 7:54 PM IST

ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ନେଇ ଖୁସି ଖବର ଦେଲେ କ୍ରିଟିକ ତରଣ ଆଦର୍ଶ । ପୁଣିଥର ନ୍ୟୁଜିଲାଣ୍ଡ ସହ ଫିଜିରେ ରିଲିଜ ହୋଇଛି ଫିଲ୍ମ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମୁମ୍ବାଇ: ଜୁଲାଇ 24 ତାରିଖରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ‘ଦିଲ ବେଚାରା’ ମେକର୍ସ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ସମସ୍ତଙ୍କ ପାଇଁ ମାଗଣା ରିଲିଜ କରିଥିଲେ ଫିଲ୍ମ । ଯାହାକୁ ବ୍ଲକବଷ୍ଟର ସଜାଇଛନ୍ତି ଫ୍ୟାନ୍ସ । ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ତାଙ୍କ ‘ଦିଲ ବେଚାରା’ ନ୍ୟୁଜିଲାଣ୍ଡ ସିନେମାହଲରେ ରିଲିଜ ହୋଇଥିଲା । ଆଉ ଏବେ ପୁଣିଥରେ ଫିଜି ସିନେମାହଲରେ ରିଲିଜ କରାଯାଇଛି ଫିଲ୍ମ । ଯାହା ବିଦେଶ ବକ୍ସ ଅଫିସରେ ଫେମସ ହଲିଉଡ ଫିଲ୍ମ ‘ଟେଣ୍ଟ’ ସହ କଡା ଟକ୍କର ଲଗାଉଛି ।

ବକ୍ସ ଅଫିସରେ ଦିଲ ବେଚାରାର ଭଲ ପ୍ରଦର୍ଶନ କରୁଛି । ଏହାର ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ସୋସିଆଲ ମିଡିଆରେ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି ‘ଦିଲ ବେଚାରା’ ଓ ‘ଟେଣ୍ଟ’ ବିଦେଶ ବକ୍ସ ଅଫିସରେ ମୁହାଁମୁହିଁ ହୋଇଛି । ଯେଉଁଥିରେ ଭଲ ପ୍ରଦର୍ଶନ କରୁଛି ଦିଲ ବେଚାରା ।

ପ୍ରକାଶ ଥାଉକି ଏଯାବତ ଫିଲ୍ମ ନ୍ୟୁଜିଲାଣ୍ଡ ଡଲାର ହିସାବରେ 48, 436 ଆୟ କରିଥିବାବେଳେ ଫିଜିରେ 33,468 ଡଲାର ଆୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.