ETV Bharat / sitara

ଆସନ୍ତା ବର୍ଷ ପରଦାକୁ ଫେରିବେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ

author img

By

Published : Dec 31, 2020, 1:32 PM IST

ସୁଶାନ୍ତଙ୍କ ମୃତ୍ୟୁର 6 ମାସ ପରେ ରିଆଙ୍କୁ ନେଇ ମୁହଁ ଖୋଲିଲେ ରୁମି । ସେ ସୁଶାନ୍ତଙ୍କ ସହ ରିଆଙ୍କୁ ନେଇ ଆଣି ଥାନ୍ତେ ଆଗାମୀ ଫିଲ୍ମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଜେଲ ଯାଇଥିବା ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତୀଙ୍କୁ ନେଇ ବର୍ତ୍ତମାନ ନୂଆ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଏବର୍ଷ ହଟହଟା ହୋଇଥିବା ରିଆ 2021ରେ ପରଦାକୁ ଫେରିବେ । ଅଭିନେତ୍ରୀଙ୍କ ନିକଟତର ଥିବା ଫିଲ୍ମ ନିର୍ଦ୍ଦେଶକ ରୁମି ଜାଫିରୀ ଏହାର ସୂଚନା ସମସ୍ତଙ୍କୁ ଦେଇଛନ୍ତି ।

ଆଉ କହିଛନ୍ତି, ‘ରିଆ ଆସନ୍ତା ବର୍ଷ ଫେରିବାକୁ ପ୍ରସ୍ତୁତ କରୁଛନ୍ତି । ଏବର୍ଷ ରିଆଙ୍କ ପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଛି । ସେ ଅନେକ କଷ୍ଟଦାୟକ ସମସ୍ୟା ଦେଇ ଗତି କରିଛନ୍ତି । ସେମିତି ଦେଖିବାକୁ ଗଲେ ସମସ୍ତଙ୍କ ପାଇଁ ଏବର୍ଷ ଖରାପ ହୋଇଛି । ହେଲେ ରିଆଙ୍କ ପାଇଁ ଅଧିକ ଦୁଃଖଭରା ରହିଛି । କଣ ଆପଣ କଳ୍ପନା କରିପାରିବେନି ଯେ ଜଣେ ମିଡିଲ କ୍ଲାସ ଫ୍ୟାମିଲରୁ ଆସିଥିବା ଝିଅ ଗୋଟିଏ ମାସ ବୟଫ୍ରେଣ୍ଡଙ୍କ ମୃତ୍ୟୁ ପାଇଁ ଜେଲରେ ରହିଥିବେ । ତାହାଲେ ସେ କିପରି କଷ୍ଟ ସହିଥିବେ । ନିକଟରେ ମୁଁ ରିଆଙ୍କୁ ଭେଟିଥିଲି । ସେ ବହୁତ ଶାନ୍ତ ହୋଇଯାଇଛନ୍ତି । ଅଧିକା କଥାବାର୍ତ୍ତା ମଧ୍ୟ କରୁନାହାଁନ୍ତି । ତାଙ୍କ ସହ ଯାହା ହୋଇଛି । ଏହାପରେ ତାଙ୍କୁ ବ୍ଲେମ କରାଯାଇପାରିବ ନାହିଁ । ଏହି ମାମଲାକୁ ଥମିବାକୁ ଦିଅନ୍ତୁ । ମୁଁ ବିଶ୍ବାସ କରୁଛି ଯେ ରିଆଙ୍କୁ ବହୁତ କଥା କହିବାର ଅଛି । ଏହି ସମସ୍ୟାକୁ ଭୁଲି ସେ ପୁଣି ନିଜ ଜୀବନ ଗଢିବାକୁ ଚେଷ୍ଟା କରୁଛନ୍ତି ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସ କେସରେ ରିଆଙ୍କ ସହ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଥିଲା ନାରର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଗୋଟିଏ ମାସ ଭାଇ-ଭଉଣୀଙ୍କୁ ଜେଲରେ ରଖିବା ପରେ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.