ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କ୍ରମାଗତ ଭାବେ ଯାଞ୍ଚ କରିଆସୁଛନ୍ତି । ଏବେ ମାମଲାରେ ଡ୍ରଗ ଆଙ୍ଗେଲ ଦେଖିବାକୁ ମିଳୁଛି । ଯାହାକୁ ଆଧାର କରି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଧ୍ୟ ଖୁବଶୀଘ୍ର ଯାଞ୍ଚ ଆରମ୍ଭ କରିବାକୁ ଯାଉଛି ।
ସୁଶାନ୍ତଙ୍କ ହାଉସକିପ ବୟାନରେ କହିଥିଲେ ଯେ ସୁଶାନ୍ତ ସିଗାରେଟରେ ଗଞ୍ଜେଇ ନେଉଥିଲେ । ଏହି ମାମଲାରେ ଏନସିବିର ଡାଇରେକ୍ଟର ରାକେଶ ଅସ୍ଥାନା କହିଛନ୍ତି, ‘ଆମେ ମଧ୍ୟ ସୁଶାନ୍ତଙ୍କ କେସରେ ଯାଞ୍ଚ ଆରମ୍ଭ କରିବୁ । ଆମ ଟିମ ଓ ଅନ୍ୟ ଟିମ ଏହି ମାମଲାରେ ଡ୍ରଗ ଡିଲିଂର ଯାଞ୍ଚ କରିବ । ଦିଲ୍ଲୀ ଓ ମୁମ୍ବାଇର ବିଶିଷ୍ଟ ଅଫିସରଙ୍କୁ ଏହି କାମରେ ଲଗାଯାଇଛି ।’
ପ୍ରକାଶ ଥାଉକି ସୁଶାନ୍ତଙ୍କ ସମ୍ପର୍କରେ ଏମିତି ଅନେକ ଲୋକ ଥିଲେ ଯେଉଁମାନେ ଡ୍ରଗ୍ସ ନେଉଥିଲେ । ଏହାମଧ୍ୟ କୁହାଯାଉଛି ଯେ ସେମାନେ ଡ୍ରଗ୍ସ ଡିଲରଙ୍କ ସହ ସିଧାସଳଖ କନେକ୍ଟ ଥିଲେ । ଏହି କାରଣକୁ ଆଧାର କରି ଏନସିବି ଯାଞ୍ଚ କରିବ ପତା ଲଗାଇବାକୁ ଚାହୁଁଛି କିଏ ଏହି ମାମଲାରେ ସାମିଲ ଥିଲେ ।