ETV Bharat / sitara

ସୁଶାନ୍ତ ମୃ୍ତ୍ୟୁ ମାମଲା, ଏମ୍ସ ରିପୋର୍ଟ ଉପରେ ମୋହର ମାରିଲା ସିବିଆଇ

author img

By

Published : Oct 7, 2020, 12:47 PM IST

ଏମ୍ସର ଦୁଇଥର ଯାଞ୍ଚ ପରେ ସିବିଆଇ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନିଶ୍ଚିତ କରିଛି । ତାଙ୍କୁ କୌଣସି ବିଷ ପଦାର୍ଥ ଦିଆଯାଇନଥିଲା ବୋଲି ରିପୋର୍ଟରେ ଆସିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍) ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆତ୍ମହତ୍ୟା କରିଥିବା କହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏମ୍ସର ରିପୋର୍ଟକୁ ସ୍ବୀକାର କରିଛି।

ଏହି ମାମଲାରେ ସମ୍ପୂର୍ଣ୍ଣ ନିଶ୍ଚିତ ହେବା ପାଇଁ ସିବିଆଇ ଏମ୍ସକୁ ପୁନଃ ଯାଞ୍ଚ କରିବାକୁ କହିଥିଲା । ଆଉ ଯେଉଁଥିରେ ସୁଶାନ୍ତଙ୍କୁ ବିଷ ଦିଆଯାଇଥିବାର କୌଣସି ପ୍ରମାଣ ମିଳିନାହିଁ। ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ କୌଣସି ଆଘାତ ଚିହ୍ନ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ସେପରି ପ୍ରମାଣ ମିଳିଲା ନାହିଁ ଯେ କେହି ମଧ୍ୟ ସୁଶାନ୍ତଙ୍କ ରୁମ ଭିତରକୁ ପ୍ରବେଶ କରିନଥିଲେ ।

ସିବିଆଇ ସୂତ୍ରରୁ ପ୍ରକାଶ ଯେ ସୁଶାନ୍ତ ମାମଲାରେ 24 ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଏଥି ମଧ୍ୟରେ ରିଆ ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ରିଆଙ୍କ ପିତାମାତା, ସୁଶାନ୍ତଙ୍କ ପରିବାର ସଦସ୍ୟ, ତାଙ୍କ କର୍ମଚାରୀ ତଥା ଷ୍ଟାଫ, ତାଙ୍କ ସିଏ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ କିଛି ବନ୍ଧୁ ଅଛନ୍ତି। ପ୍ରକାଶ ଥାଉକି ବୁଧବାର ବମ୍ବେ ହାଇକୋର୍ଟ ରିଆଙ୍କୁ ଜାମିନ ପ୍ରଦାନ କରିଛି । ସୁଶାନ୍ତଙ୍କ କେସରେ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ଏନସିବି ଗତ ମାସ 8 ତାରିଖରେ ରିଆଙ୍କୁ ସମେତ ତାଙ୍କ ଭାଇ ଓ ଆଉ କିଛି ଡ୍ରଗ୍ସ ଡିଲରଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.