ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କାଲିଫର୍ଣ୍ଣିଆରେ ରହୁଥିବା ଭଉଣୀ ଶ୍ବେତା ସିଂ କ୍ରିତି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ବର୍ଗରେ ତାଙ୍କ ଭାଇଙ୍କ ଅଭିନୀତ ‘ଛିଛୋରୋ’କୁ ଜାତୀୟ ପୁରସ୍କାର ମିଳିବା ଖୁସି ସୋସିଆଲ ମିଡିଆରେ ସେୟାର କରିଥିଲେ । ସେହିପରି ସେ ଆଉ ଏକ ପୋଷ୍ଟରେ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଏକ ଖାସ୍ କଥା ସମସ୍ତଙ୍କୁ ଜଣାଇଛନ୍ତି । ଯାହାକୁ ନେଇ ଖୁସି ଫ୍ୟାନ୍ସ । କାରଣ ଅଷ୍ଟ୍ରେଲିଆରେ ସୁଶାନ୍ତଙ୍କ ସ୍ମୃତିରେ ଏକ ବେଞ୍ଚ ସ୍ଥାପନ କରାଯାଇଛି ।
-
He lives on... his name lives on... his essence lives on! That is the impact of a pure soul! You are God’s own child my baby... you will always live on...❤️ #ForeverSushant pic.twitter.com/ea8HNW7iBH
— Shweta Singh Kirti (@shwetasinghkirt) March 23, 2021 " class="align-text-top noRightClick twitterSection" data="
">He lives on... his name lives on... his essence lives on! That is the impact of a pure soul! You are God’s own child my baby... you will always live on...❤️ #ForeverSushant pic.twitter.com/ea8HNW7iBH
— Shweta Singh Kirti (@shwetasinghkirt) March 23, 2021He lives on... his name lives on... his essence lives on! That is the impact of a pure soul! You are God’s own child my baby... you will always live on...❤️ #ForeverSushant pic.twitter.com/ea8HNW7iBH
— Shweta Singh Kirti (@shwetasinghkirt) March 23, 2021
ଯେଉଁଥିରେ ଲେଖାଯାଇଛି, ‘ସୁଶାନ୍ତ ସିଂ ରାଜପୁତ(1986-2020,ବିହାର, ମୁମ୍ବାଇ, ଇଣ୍ଡିଆ) ଜଣେ ଅଭିନେତା, ପ୍ରବଳ ଜ୍ୟୋତିର୍ବିଜ୍ଞାନୀ, ପରିବେଶବିତ୍ ତଥା ମାନବବାଦୀ, ଏକ ଆତ୍ମା ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ପର୍ଶ କରିଥିଲା ।’
ଏହି ବେଞ୍ଚର ଫଟୋ ଟ୍ବିଟରରେ ସେୟାର କରି ଶ୍ବେତା ଲେଖିଛନ୍ତି, ‘ସେ ବଞ୍ଚିଛନ୍ତି, ତାଙ୍କ ନାମ ବଞ୍ଚିଛି । ତାଙ୍କର ସୁଗନ୍ଧ ଜୀବନ୍ତ ଅଛି । ଏହା ଏକ ଶୁଦ୍ଧ ପ୍ରାଣର ପ୍ରଭାବ। ତୁମେ ଭଗବାନଙ୍କର ସନ୍ତାନ । ତୁମେ ସବୁଦିନ ପାଇଁ ବଞ୍ଚିବ।’
ପ୍ରକାଶ ଥାଉକି ଏହି ବର୍ଷ ଜାତୀୟ ପୁରସ୍କାର ପ୍ରାପ୍ତ କରିଥିବା ଫିଲ୍ମ ‘ଛିଛୋରୋ’ 2019 ସେପ୍ଟେମ୍ବର 6ରେ ରିଲିଜ ହୋଇଥିଲା । ସେପଟେ 2020 ଜୁନ 14ରେ ସୁଶାନ୍ତଙ୍କ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ତାଙ୍କ ମୃତ୍ୟୁକୁ ଏଯାବତ କେହି ବିଶ୍ବାସ କରିପାରୁନାହାଁନ୍ତି ।