ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ନିଜର ଶେଷଥର ବନ୍ଧୁ ମୁକେଶ ଛାବଡାଙ୍କ ସହ ‘ଦିଲ ବେଚାରା’ରେ କାମ କରିଥିଲେ । ଏହି ଫିଲ୍ମ ଜରିଆରେ ମୁକେଶ ନିର୍ଦ୍ଦେଶନା ଦୁନିଆରେ ପଦାର୍ପଣ କରୁଛନ୍ତି । ହେଲେ ସୁଶାନ୍ତ ଓ ମୁକେଶଙ୍କ ବନ୍ଧୁତ୍ବା ଫିଲ୍ମ ପୂର୍ବରୁ । ସୁଶାନ୍ତଙ୍କୁ ମୁକେଶ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ରେ ବ୍ରେକ ଦେଇଥିଲେ । ଏହା ପରେ ଦୁଇଜଣଙ୍କ ବନ୍ଧୁତା ଅନେକ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ନିକଟରେ ମୁକେଶ ଏହି ଅପକମିଂ ପ୍ରୋଜେକ୍ଟ ବିଷୟରେ ଅନେକ କଥା ଖୁଲାସା କରିଥିଲେ ।
ସେ କହିଥିଲେ ଯେ ସୁଶାନ୍ତ ତାଙ୍କୁ କଥା ଦେଇଥିଲେ ତାଙ୍କ ଡେବ୍ୟୁ ଫିଲ୍ମରେ କାମ କରିବେ । ସେ ଯେବେ ଫିଲ୍ମ ନିର୍ଦ୍ଦେଶିତ କରିବାକୁ ପ୍ଲାନିଂ କରିଥିଲେ, ସେହି ସମୟରେ ସୁଶାନ୍ତଙ୍କୁ ସେ ‘ଦିଲ ବେଚାରା’ ଫିଲ୍ମ ବିଷୟରେ କହିଥିଲେ । ମଜାଦାର କଥା ହେଲା ଯେ ସୁଶାନ୍ତ ସ୍କ୍ରିପ୍ଟ ନଦେଖି, ନପଢି ସଙ୍ଗେ ସଙ୍ଗେ ଫିଲ୍ମରେ କାମ କରିବାକୁ ରାଜି ହୋଇଯାଇଥିଲେ ।
ଫିଲ୍ମର ସବୁ ସିନ୍ସକୁ ଶାନଦାର କରିବା ପାଇଁ ସୁଶାନ୍ତ ତାଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ । ଫିଲ୍ମ ସୁଟିଂ ସମୟରେ ଦୁଇଜଣ ଅନେକ ସମୟ ଏକାଠି ବସି ସ୍କ୍ରିଫ୍ଟକୁ ଭଲ କରିବାକୁ ଚେଷ୍ଟା ଚଳାଉଥିଲୁ ବୋଲି କହିଥିଲେ ମୁକେଶ ।
ପ୍ରକାଶ ଥାଉକି ଏମାସ 24 ତାରିଖରେ ଡିଜନି ପ୍ଲସ ହଟଷ୍ଟାରରେ ସୁଶାନ୍ତଙ୍କ ଏହି ଶେଷ ଫିଲ୍ମ ରିଲିଜ ହେବ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।