ETV Bharat / sitara

ନାସିକର ପବିତ୍ର ରାମକୁଣ୍ଡରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ - ପବିତ୍ର ରାମକୁଣ୍ଡରେ ଲତା ମଙ୍ଗେଶକରଙ୍କ ଅସ୍ଥି ବିସର୍ଜିତ

ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର ବିଶ୍ବରୁ ବିଦାୟ ନେଇଛନ୍ତି । ଏହାପରେ ଆଜି (ଫେବୃଆରୀ 10) ଦିବଂଗତ ଲତାଜୀଙ୍କର ଅସ୍ଥି ନାସିକର ଗୋଦାବରୀ ନଦୀ ରାମକୁଣ୍ଡରେ ବିସର୍ଜନ କରାଯାଇଛି । ଅଧିକ ପଢନ୍ତୁ

ନାସିକର ପବିତ୍ର ରାମକୁଣ୍ଡରେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଅସ୍ଥି ବିସର୍ଜିତ

author img

By

Published : Feb 10, 2022, 6:36 PM IST

ହାଇଦ୍ରାବାଦ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର ବିଶ୍ବରୁ ବିଦାୟ ନେଇଛନ୍ତି । ସମଗ୍ର ଦେଶ ତାଙ୍କୁ ଓଦା ଆଖିରେ ବିଦାୟ ଦେଇଛି । ଆଜି (ଫେବୃଆରୀ 10) ଦିବଂଗତ ଲତାଜୀଙ୍କର ଅସ୍ଥି ନାସିକର ଗୋଦାବରୀ ନଦୀ ରାମକୁଣ୍ଡରେ ବିସର୍ଜନ କରାଯାଇଛି । ଲତା ମଙ୍ଗେଶକରଙ୍କ ଭାଇ ହୃଦୟନାଥଙ୍କ ପୁଅ ଆଦିନଥ, ସାନ ଭଉଣୀ ଉଷା ମଙ୍ଗେଶକରଙ୍କ ସମେତ ମଙ୍ଗେଶକରଙ୍କ ପରିବାରର ଅନେକ ଲୋକ ଅସ୍ଥି ବିସର୍ଜନ ସମୟରେ ଉପସ୍ଥିତ ଥିଲେ ।

ନାସିକର ପବିତ୍ର ରାମକୁଣ୍ଡରେ ବିସର୍ଜନ ହେଲା ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି

ରୀତିନୀତି ଅନୁଯାୟୀ, କଳସକୁ ପୂଜା କରିବା ପରେ ଅସ୍ଥିକୁ ବିସର୍ଜନ କରାଯାଇଥିଲା । ବେଦମୂର୍ତ୍ତି ଶାନ୍ତାରାମ ଶାସ୍ତ୍ରୀ ଭାନୋସେ ଏବଂ ଗଙ୍ଗା ଗୋଦାବରୀ ପଞ୍ଚକୋଠୀ ପୁରୋହିତ, ସଂଗଠନର ସଭାପତି ସତୀଶ ଶୁକ୍ଲାଙ୍କ ନେତୃତ୍ବରେ ସମସ୍ତ ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥିଲା । ଲତାଜୀଙ୍କର ଭଉଣୀ ଉଷାତାଇ ମଙ୍ଗେଶକର, ବୈଜୟନ୍ତ, ରାଧା, କୃଷ୍ଣ ଆଦିନାଥ ମଙ୍ଗେଶକର, ମୟୂରେଶ ପାଇ, ମୀନାତାଇଙ୍କ ସ୍ବାମୀ ଯୋଗେଶ ଖାଦୀକର ଏବଂ ଜିଲ୍ଲାପାଳ ସୁରଜ ମଣ୍ଡେରେ, ମ୍ୟୁନିସିପାଲିଟି କମିଶନର କୈଳାଶ ଯାଦବ ଉପସ୍ଥିତ ଥିଲେ । ନାସିକ ସଙ୍ଗୀତପ୍ରେମୀମାନେ ମଧ୍ୟ ରାମକୁଣ୍ଡ ଅଞ୍ଚଳରେ ବିସର୍ଜନ ପାଇଁ ଏକତ୍ରିତ ହୋଇଥିଲେ ।

ଏହା ବି ପଢନ୍ତୁ: ଲତା ମଙ୍ଗେଶକର ମେମୋରିଆଲ ପ୍ରତିଷ୍ଠା କରିବେ ମହାରାଷ୍ଟ୍ର ସରକାର

ସୂଚନାଯୋଗ୍ୟ ଯେ, ଲତା ମଙ୍ଗେଶକରଙ୍କ ଫେବୃଆରୀ 6 ତାରିଖରେ 92 ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ଲତାଙ୍କୁ ପ୍ରସିଦ୍ଧ ଶିବାଜୀ ପାର୍କରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବହୁ ବଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । କୋଭିଡ଼ ଆକ୍ରାନ୍ତ ହେବା ପରେ ସେ ନିମୋନିଆରେ ପୀଡ଼ିତ ହୋଇଥିଲେ । ଏହାସହିତ ତାଙ୍କର ଅନେକ ଅଙ୍ଗ ଅକ୍ଷମ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.