ETV Bharat / sitara

'ରେହନା ହେ ତେରେ ଦିଲ ମେ'ର ଆସିବ ସିକ୍ବେଲ, ଜଲଓ୍ବା ଦେଖାଇବେ କ୍ରିତି

author img

By

Published : Mar 10, 2021, 9:11 PM IST

ବର୍ତ୍ତମାନ 20 ବର୍ଷର ଅପେକ୍ଷା ପରେ RHTDMର ଏକ ସିକ୍ବେଲ୍ ପ୍ରସ୍ତୁତ କରିବାକୁ ପ୍ରସ୍ତୁତି ଚାଲିଛି । ସିକ୍ବେଲରେ ମୁଖ୍ୟ ଭୂମିକା ପାଇଁ ଜ୍ୟାକି କ୍ରିତି ସାନନଙ୍କ ନାମ ଫାଇନାଲ କରିଛନ୍ତି । ଅଧିକ ପଢନ୍ତୁ...

kriti-sanon-to-play-lead-role-in-sequel-of-rehna-hai-rehnaa-hai-terre-dil-mein
'ରେହନା ହେ ତେରେ ଦିଲ ମେ'ର ଆସିବ ସିକ୍ବେଲ, ଜଲଓ୍ବା ଦେଖେଇବେ କ୍ରିତି

ନୂଆଦିଲ୍ଲୀ: ବଲିଉଡରେ ଯେତେବେଳେ ମଧ୍ୟ ରୋମାଣ୍ଟିକ ଚଳଚ୍ଚିତ୍ର ବିଷୟରେ କଥାପଡେ, ସେତେବେଳେ ଦିଆ ମିର୍ଜା, ଆର ମାଧବନ ଏବଂ ସୈଫ ଅଲି ଖାନଙ୍କ ଫିଲ୍ମ 'ରେହନା ହେ ତେରେ ଦିଲ ମେ' (RHTDM) ନାଁ ଫ୍ୟାନ୍ସଙ୍କ ମନରେ ଆସିଥାଏ । 2001 ମସିହାରେ 20 ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବହୁ ଫ୍ୟାନ୍ସଙ୍କ ମନ ଜିତିଥିଲା ।

ଆଜି ବି ଏହି ଚଳଚ୍ଚିତ୍ରର ସଙ୍ଗୀତ ଫ୍ୟାନ୍ସମାନଙ୍କୁ ଦିଓ୍ବାନା କରିଦିଏ । ବର୍ତ୍ତମାନ 20 ବର୍ଷ ଅପେକ୍ଷା ପରେ, RHTDM ର ଏକ ସିକ୍ବେଲ୍ ପ୍ରସ୍ତୁତ କରିବାକୁ ପ୍ରସ୍ତୁତି ଚାଲିଛି ।

ଏକ ରିପୋର୍ଟ ଅନୁଯାୟୀ, RHTDM ନିର୍ମାତା ବାସୁ ଭଗ୍ନାନୀଙ୍କ ପୁଅ ଜ୍ୟାକି ଭଗ୍ନାନୀ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ବେଲ୍ ପ୍ରସ୍ତୁତି କରିବାକୁ ପ୍ରସ୍ତୁତ ଅଛନ୍ତି । ଅବଶ୍ୟ, ଏଥର ଫିଲ୍ମରେ ଅରଜିନାଲ ଷ୍ଟାରକାଷ୍ଟକୁ ବଦଳାଇ ନୂଆ ଷ୍ଟାରକାଷ୍ଟମାନଙ୍କୁ ନିଆଯିବ ।

ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ସିକ୍ବେଲରେ ମୁଖ୍ୟ ଭୂମିକା ପାଇଁ ଜ୍ୟାକି କ୍ରିତି ସାନନଙ୍କ ନାମ ଫାଇନାଲ କରିଛନ୍ତି। କିନ୍ତୁ, କ୍ରିତିଙ୍କ ସହ ଦୁଇ ଜଣ ହିରୋ କିଏ ହେବେ, ଏହା ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ବର୍ତ୍ତମାନ, ଫିଲ୍ମର କାହାଣୀ ଏବଂ ସ୍କ୍ରିପ୍ଟ ଉପରେ କାମ ଚାଲିଛି ।

RHTDM ଦିଆ ଏବଂ ଆର ମାଧବନଙ୍କ ଏକ ହିନ୍ଦୀ ଡେବ୍ୟୁ ଚଳଚ୍ଚିତ୍ର ଥିଲା । ପ୍ରଶଂସକମାନେ ଏହାର ସିକ୍ବେଲକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଏହାର ସିକ୍ବେଲ ଫ୍ୟାନ୍ସମାନଙ୍କ ହୃଦୟରେ ଯାଦୁ ବିଛାଇବ କି ନାହିଁ ତାହା ଦେଖିବା ମଜାଦାର ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.