ETV Bharat / sitara

କିୟାରାଙ୍କ ନିଆରା ଇଚ୍ଛା

'କବୀର ସିଂହ'ରେ ସମସ୍ତଙ୍କୁ ଦିୱାନ କରିବାକୁ ପ୍ରସ୍ତୁତ ଥିବା କିୟାରା ଆଡଭାନୀ ନିଜ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାରେ ଆସିଛନ୍ତି । ଦେଶର ଭଲ କଳାକାର ହେବାକୁ ଚାହୁଁଛନ୍ତି କିୟାରା ।

author img

By

Published : Jun 17, 2019, 6:34 PM IST

Updated : Jun 17, 2019, 6:59 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କିୟାରା ଆଡୱାନୀ

ମୁମ୍ବାଇ: ୱେବ ସିରିଜ 'ଲଷ୍ଟଷ୍ଟୋରୀ'ରେ ବୋଲ୍ଡ ସିନ ଦେଇ ସମସ୍ତଙ୍କୁ ଦିୱାନ କରିଥିବା ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଅପକମିଂ ଫିଲ୍ମ 'କବୀର ସିଂହ' ଜୁଲାଇ 21ରେ ରିଲିଜ ହେବାକୁ ପ୍ରସ୍ତୁତି ହୋଇସାରିଲାଣି । ପ୍ରଥମଥର କିୟାରଙ୍କୁ ବି-ଟାଉନର କ୍ୟୁଟ ଅଭିନେତା ଶାହିଦ କପୁରଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ଟ୍ରେଲରଟି ନିକଟରେ ରିଲିଜ ହୋଇଥିଲା । ଯାହାପରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ଖୁବ୍ ଦେଖିବାକୁ ମିଳୁଛି ।

ଇତିମଧ୍ୟରେ କିୟାରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜକୁ କୌଣସି ମାଧ୍ୟମ କିମ୍ବା ଭାଷା ପର୍ଯ୍ୟନ୍ତ ସିମିତ ରଖିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି । ସେ ପୁରା ଦେଶରେ ନିଜକୁ ଭଲ କଳାକାର ରୂପେ ସ୍ଥାପିତ କିରବାକୁ ଚାହୁଁଛନ୍ତି ।

ସେ ଏକ ସାକ୍ଷାତକାରରେ କହିଥିଲେ କି ଆଜିକାଲି ନିଜ ପ୍ରତିଭା ଦେଖାଇବା ପାଇଁ ଅନେକ ବିକଳ୍ପ ଉପଲବ୍ଧ ଅଛି, ତେବେ ତାହା ନିଜ ଭାଷାର ଫିଲ୍ମ ହେଉ କିମ୍ବା ଅନ୍ୟ କୌଣସି ଭାଷାର ସିନେମାରେ କାମ କରିବା ହେଉ । ଭାଷାର ଏବେ କୌଣସି ସୀମା ନାହିଁ । ସେ ଚାହୁଁଛନ୍ତି ପୁରା ଦେଶରେ ତାଙ୍କୁ ବିଶିଷ୍ଟ କଳାକାର ରୂପେ ଜଣାଯାଉ ।

ସଫଳତା ପରେ ସେ ବର୍ତ୍ତମାନ ବହୁତ ସାବଧାନର ସହ ନିଜ କାମ ଚୟନ କରୁଛନ୍ତି । ଯଦି ଆପଣ ଭଲ କାମ ଚୟନ ଠିକ୍ ରୂପେ ନକରିପାରିବେ ତେବେ ଇଣ୍ଡଷ୍ଟ୍ରିରେ ସେହି କାମକୁ ଆଉ କିଏ ଚୟନ କରି ସଫଳ ହେଉଯିବ ବୋଲି କହିଛନ୍ତି କିୟାରା ।

ପ୍ରକାଶ ଥାଉକି 'ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ' ଜରିଆରେ ବଲିଉଡରେ ସଫଳତା ହାସଲ କରିଥିବା 26 ବର୍ଷିୟ ଅଭିନେତ୍ରୀ କିୟାରା ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ 'ଭାରତ ଅନେ ନେନୁ' ଓ ରମଚନ୍ଦ୍ରଙ୍କ ସହ 'ବିନୟ ବିଧେୟା ରାମା' ଭଳି ହିଟ୍ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ।

Intro:Body:

FSD

Conclusion:
Last Updated : Jun 17, 2019, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.