ETV Bharat / sitara

ମୋଦିଙ୍କୁ କିଙ୍ଗଖାନଙ୍କ ଶୁଭେଚ୍ଛା

author img

By

Published : May 25, 2019, 4:49 PM IST

2019 ନିର୍ବାଚନର ସାନଦାର ବିଜୟ ପରେ ମୋଦି ସରକାରଙ୍କୁ ଭାସି ଆସିଛି ପ୍ରଶଂସା ଓ ଶୁଭେଚ୍ଛାର ସୁଅ । ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ କାଫି ପପୁଲାର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଙ୍ଗଖାନ ଶାହାରୁଖ ।

ଫଟୋ ସୌଜନ୍ୟ: ଟ୍ବିଟର/Shah Rukh Khan ‏

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟିର ସାନଦାର ବିଜୟ ପରେ ବଲିଉଡ କିଙ୍ଗ ଶାହାରୁଖ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 2019 ଲୋକସଭା ନିର୍ବାଚନରେ ପ୍ରାୟ 303 ଆସନରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି ବିଜେପି ।

ତେବେ ଶାହାରୁଖ ନିଜ ଟ୍ବିଟରରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କ ଆଶା ଓ ସ୍ବପ୍ନକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ଗଣତନ୍ତ୍ରର ବିଜୟ ବୋଲି କହିଥିଲେ ଶାହାରୁଖ । ଏହାସହ ବିଜେପିର ସମସ୍ତ ନେତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

sharukh khan
ଫଟୋ ସୌଜନ୍ୟ: ଟ୍ବିଟର/Shah Rukh Khan ‏

ଅନେକ ବଲିଉଡ ସେଲିବ୍ରିଟି ସଲମାନ ଖାନ, ଅକ୍ଷୟ କୁମାର, ଶିଳ୍ପା ସେଟ୍ଟି କୁନ୍ଦ୍ରା, ଅଜୟ ଦେବଗନ, ରବିନା ଟଣ୍ଡନ, ବରୁଣ ଧୱନ, ପରିଣୀତି ଚୋପ୍ରା, କରଣ ଜୋହର ଆଦି ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ ଦଳ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ସାଧାରଣ ସଭାର ଆୟୋଜନ କରି ଦଳର ବିଜୟକୁ ଦେଶବାସୀଙ୍କ ନାଁ ରେ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.