ମୁମ୍ବାଇ: ଅଭିନେତ୍ରୀ କିମ ଶର୍ମା ବର୍ତ୍ତମାନ ଅଭିନୟ ଠୁ ଦୂରେଇ ରହିଛନ୍ତି । ହେଲେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ସେ । ଫିଲ୍ମଠୁ ଅଧିକ ସେ ନିଜ ଲଭଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ସେ ‘ସନମ ତେରି କସମ’ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କୁ ଡେଟ କରୁଛନ୍ତି । 2018ରେ ଏହି ଦୁଇଜଣଙ୍କ ରିଲେସନଶିପ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଫଟୋକୁ ନେଇ ଚର୍ଚ୍ଚାରେ। ଯେଉଁଥିରେ ସେ ବିଶ୍ବରେ ବ୍ୟାପିଥିବା କୋରୋନା ଭାଇରସ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।
- " class="align-text-top noRightClick twitterSection" data="
">
ସେ ଅଭିନେତ୍ରୀ ପ୍ରୀତି ଝାଙ୍ଗିୟାନୀଙ୍କ ସହ ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଆଉ ଫଟୋର କ୍ୟାପସନରେ ସେ କୋରୋନାଙ୍କୁ ନେଇ ଏମିତି କଥା ଲେଖିଛନ୍ତି ଯାହା ଦେଖି ନିଜ ହସ ରୋକିପାରିନାହାଁନ୍ତି ଫ୍ୟାନ୍ସ।
‘ବ୍ୟାଙ୍କକରେ ଗୋଟିଏ ରାତି, ଯେବେ ଆମେ ମଜାମସ୍ତିରେ ହଜିଯାଇଥିଲୁ । ସେହି ସମୟରେ କୋରୋନାର ଅର୍ଥ ଫ୍ୟାନ୍ସୀ ବିୟର ଥିଲା’ ବୋଲି ଲେଖିଛନ୍ତି କିମ । ଫଟୋରେ ପ୍ରୀତି ଓ କିମ ମସ୍ତିମୁଡରେ ନଜର ଆସୁଛନ୍ତି । ସେପଟେ ପ୍ରୀତି ମଧ୍ୟ କିମଙ୍କୁ ଏହାର ଜବାବ ଦେବାରେ ହେଳା କରିନାହାଁନ୍ତି ।
ସେ ଫଟୋରେ କମେଣ୍ଟ କରି ସେ ଲେଖିଛନ୍ତି, ‘ନାଇଟ ଆଉଟର ମାନେ ବିଚରେ ପିନ୍ଧାଯାଉଥିବା ପୋଷାକ। ଆଉ କୌଣସି ମେକଅପ ନୁହେଁ ।’ ପ୍ରକାଶ ଥାଉକି 117 ଦେଶରେ ଏବେ କୋରୋନା ଭାଇରସରେ ପାଖାପାଖି 1.25 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ଭାରତରେ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଲୋକ ସଂଖ୍ୟା 70କୁ ଅଧିକ ଦେଖିବାକୁ ମିଳିଲାଣି ।