ETV Bharat / sitara

କାର୍ତ୍ତିକଙ୍କ ଭୁଲ ଭୁଲୈୟାରେ କିୟାରା

author img

By

Published : Sep 22, 2019, 4:54 AM IST

‘ଭୁଲ ଭୁଲୈୟା 2’ରେ ଏଣ୍ଟ୍ରି କରିବେ ‘କବୀର ସିଂ’ ଫେମ କିୟାରା ଆଡଭାନୀ । ଟ୍ବିଟରରେ ଗୁଡନ୍ୟୁଜ ସେୟାର କଲେ କିୟାରା । ଫିଲ୍ମକୁ ନେଇ ଉତ୍ସାହିତ ଏବେ ଠାରୁ ।

ଡିଜାଇନ ଫଟୋ

ମୁମ୍ବାଇ: 2007ର ହରର କମେଡି ଫିଲ୍ମ ‘ଭୁଲ ଭୁଲୈୟା’ ସୁପରହିଟ ହୋଇଥିଲା । ଯାହାର ରିମେକ ଫିଲ୍ମ ବର୍ତ୍ତମାନ ନିର୍ମାଣ ହେବାକୁ ଯାଉଛି । ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମରେ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ଖୁବଶୀଘ୍ର ‘ଭୁଲ ଭୁଲୈୟା 2’ର ସୁଟିଂ ଆରମ୍ଭ ହେବ । ଯାହାର ଘୋଷଣା ନିକଟରେ ଫିଲ୍ମ ମେକର୍ସ କରିଥିଲେ । ଏହାସହ ଫିଲ୍ମରୁ କାର୍ତ୍ତିକଙ୍କ ଫାଷ୍ଟ ଲୁକ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।

ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଫିଲ୍ମ ପାଇଁ ମେକର୍ସଙ୍କୁ ଅଭିନେତ୍ରୀ ମିଳିଯାଇଛନ୍ତି । ଆଜ୍ଞା ହଁ, କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ କିୟାରା ଆଡଭାନୀ ଅଭିନୟ କରୁଥିବାର ଦେଖାଯିବେ ।

ଟ୍ବିଟରରେ ଏହାର ସୂଚନା କିୟାରା ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ଲେଖିଛନ୍ତି, ‘ତେରି ଆଂଖେ ଭୁଲ ଭୁଲୈୟାରେ ତୁମ ସହ କାମ କରିବାକୁ ନେଇ ମୁଁ ଖୁବ୍ ଉତ୍ସାହିତ । ଆଉ ଅପେକ୍ଷା କରିପାରୁନାହିଁ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ।

ପ୍ରଥମଥର ପରଦାରେ ଦର୍ଶକ କିୟାରା ଓ କାର୍ତ୍ତିକଙ୍କ ରୋମାନ୍ସ ଦେଖିବାକୁ ପାଇବେ । ପ୍ରକାଶ ଥାଉକି ‘ଭୁଲ ଭୁଲୈୟା 2’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅନୀସ ବଜ୍ମୀ

କିୟାରା ଶେଷଥର ଶାହିଦ କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ରେ ଅଭିନୟ କରିଥିଲେ । ଆଉ ଫିଲ୍ମରେ ତାଙ୍କ ଅଭିନୟର ପ୍ରଶଂସା ସବୁ ମହଲରେ ଶୁଣିବାକୁ ମିଳିଥିଲା । ‘କବୀର ସିଂ’ର ନିର୍ଦ୍ଦେଶନା ତେଲୁଗୁ ଅର୍ଜୁନ ରେଡ୍ଡୀର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗା କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.