ହାଇଦ୍ରାବାଦ: ଏଥରକ ପରଦା ଉପରେ ବମ୍ ଫୁଟେଇବେ ଅକ୍ଷୟ କୁମାର ଓ ତାଙ୍କ ସାଥ୍ ଦେବେ କିୟାରା ଆଡୱାନୀ । ଆମେ କହୁଛୁ ଫିଲ୍ମ 'ଲକ୍ଷ୍ମୀବମ' ବିଷୟରେ । 'ଲକ୍ଷ୍ମୀବମ'ର ସୁଟିଂ ଆରମ୍ଭ ହୋଇଯାଇଛି । ଏ ବିଷୟରେ କିୟାରା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଜଣାଇଛନ୍ତି ।
ଲକ୍ଷ୍ମୀବମ, 2011ରେ ଆସିଥିବା ତେଲୁଗୁ ଫିଲ୍ମ କଞ୍ଚନାର ହିନ୍ଦୀ ରିମେକ । ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବିଗ-ବି ଅମିତାଭ ବଚ୍ଚନ । ରିପୋର୍ଟ ଅନୁସାରେ, ଅମିତାଭ ଏଥିରେ କିନ୍ନର ଭୂମିକାରେ ନଜର ଆସିବେ । କିୟାରାଙ୍କୁ ଏଥିରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ ।
ନିକଟରେ କିୟାରା କଲଙ୍କ ଫିଲ୍ମରେ ଏକ ଆଇଟମ ଗୀତରେ ନଜର ଆସିଥିଲେ । ଜଲଦି ପୁଣି ଶାହିଦ କପୁରଙ୍କ ସହ 'କବୀର ସିଂ' ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଟେଲିଭିଜନ ଅଭିନେତ୍ରୀ ନିକିତା ଦତ୍ତା ମଧ୍ୟ ନଜର ଆସିବେ । ଫିଲ୍ମଟି 21 ଜୁନରେ ରିଲିଜ ହେବ ।