ମୁମ୍ବାଇ: ସେକ୍ସୀ କ୍ୟାଟ୍ରିନା କୈଫଙ୍କ ସୌନ୍ଦର୍ଯ୍ୟର ଅନେକ ଦିୱାନା । କିଛି ଅଭିନେତ୍ରୀ ଏବଂ ଝିଅ ତାଙ୍କ ପରି ହେବାକୁ ସବୁବେଳେ ଚେଷ୍ଟା କରନ୍ତି । କିନ୍ତୁ ନିକଟରେ ଭୋଗ 2019 ଇଭେଣ୍ଟ ସମୟରେ କିଛି ଏନିତି ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାକୁ ଲାଗିଛି । ଆୱାର୍ଡ ସେରିମୋନୀ ପୂର୍ବରୁ ସୁନ୍ଦରୀ କ୍ୟାଟ ବଲିଉଡର ଏମିତି ହ୍ୟାଣ୍ଡସମ ଅଭିନେତାଙ୍କ ମେକଅପ ନିଜ ଭଳି ହଟ୍ କରିଦେଇଥିଲେ ।
- " class="align-text-top noRightClick twitterSection" data="
">
ଏହି ସୁପରଷ୍ଟାର ଆଉ କେହି ନୁହଁନ୍ତି ଏ ହେଲେ ବି-ଟାଉନର ଏନର୍ଜେଟିକ ଆକ୍ଟର ତଥା ଫ୍ୟାଶନ ଆଇକନ ରଣବୀର ସିଂ । କ୍ୟାଟଙ୍କ ହାତରେ ମେକଅପ କରାଇ ଇଭେଣ୍ଟରେ ଯୋଗ ଦେଇଥିଲେ ରଣବୀର । ଯାହାର ଏକ ଭିଡିଓ କ୍ୟାଟ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ବର୍ତ୍ତମାନ ଏହି ଫନ୍ନି ଭିଡିଓକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ଫ୍ୟାନ୍ସ ।
ଭିଡିଓରେ ଆପଣ ଦେଖିପାରିବେ କ୍ୟାଟ ଲିପିଷ୍ଟିକ ଲଗାଉଛନ୍ତି । ସେହି ସମୟରେ ରଣବୀର ସେଠାରେ ଏଣ୍ଟ୍ରି କରୁଛନ୍ତି । ଏହି ଦୁଇ ଷ୍ଟାର ରେଡ ଆଉଟଫିଟରେ ନଜର ଆସୁଛନ୍ତି । ରଣବୀରଙ୍କ ଆଖିରେ କାଜଲ ଲଗାଉଥିବାର ଭିଡିଓରେ ନଜର ଆସୁଛନ୍ତି କ୍ୟାଟ । ଏହି ଭିଡିଓଟି କ୍ୟାଟଙ୍କ ମେକଅପ ପ୍ରଡକ୍ଟର ପ୍ରମୋଶନାଲ ଭିଡିଓ, ଯାହା ଆଜି(ମଙ୍ଗଳବାର) ଲଞ୍ଚ କରାଯାଇଛି । ଆପଣ ମଧ୍ୟ ଦେଖନ୍ତୁ ଦୁଇଜଣଙ୍କ ମସ୍ତିଭରା ଏହି ଭିଡିଓ...