ETV Bharat / sitara

ଭାଇଦୁଜ ପାଳିଲେ କାର୍ତ୍ତିକ-ପରିଣୀତି

author img

By

Published : Oct 30, 2019, 2:23 PM IST

କୌଣସି ପର୍ବପର୍ବାଣୀକୁ ପାଳନ କରିବାକୁ ଭୁଲନ୍ତି ନାହିଁ ବି-ଟାଉନ ସେଲିବ୍ରିଟି । ଗତ କାଲି କାର୍ତ୍ତିକ ଓ ପରିଣୀତି ପାଳନ କରିଥିଲେ ଭାଇଦୁଜ ଉତ୍ସବ ।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ମଙ୍ଗଳବାର ସବୁ ଭଉଣୀ ମାନେ ନିଜ ଭାଇଙ୍କ ପାଇଁ ଭାଇଦୁଜ ଉତ୍ସବ ପାଳନ କରିଥିଲେ । ଏହି ପୂଜାରୁ ବାଦ ପଡିନଥିଲେ ବଲିଉଡ ସେଲିବ୍ରିଟି । କ୍ୟୁଟ କାର୍ତ୍ତିକ ଆର୍ୟନ ଓ ପରିଣୀତି ଚୋପ୍ରା ମଧ୍ୟ ଭାଇଦୁଜ ଅବସରରେ ସୋସିଆଲ ମିଡିଆରେ ନିଜ ଭାଇ,ଭଉଣୀଙ୍କ ସହ ଫଟୋ ସେୟାର କରିଛନ୍ତି ।

‘ପ୍ୟାର କା ପଞ୍ଚନାମ’ ଫେମ କାର୍ତ୍ତିକ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ଭାଇଦୁଜ ଅବସରରେ ବଡ ଭଉଣୀଙ୍କ ପାଦଛୁଉଁ ଥିବାର ଦେଖାଯାଇଛନ୍ତି । ‘ମୋ ଭଉଣୀ ସବୁବେଳେ କୁହନ୍ତି ସେ ଦୁନିଆର ସବୁଠାରୁ ଭଲ ଭାଇ ପାଇଛନ୍ତି । କିନ୍ତୁ ମୁଁ ନୁହେଁ, ଡାକ୍ତର କିକି ଭଇଦୁଜ ମୁବାରଖ ବୋଲି’ କ୍ୟାପସନରେ ଲେଖିଛନ୍ତି କାର୍ତ୍ତିକ ।

ଅନ୍ୟପଟେ ପରିଣୀତି ନିଜ ଦୁଇ ଭାଇ ସାହାଜ ଓ ଶିବାଙ୍ଗ ଚୋପ୍ରାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଭାଇଦୁଜ ଶୁଭେଚ୍ଛା ଜଣାଇଛନ୍ତି । ସେ ମଧ୍ୟ କ୍ୟାପସନରେ ମଜାଦାର ଅନ୍ଦାଜରେ ଲେଖିଛନ୍ତି ‘ମାଇଁ ବେବିଜ, ଆଇ ଲଭ ୟୁ । ଭାଇଦୁଜ, ମୋ ଦୁଇ ସାନ ଭାଇ ସବୁବେଳେ ନିଜକୁ ମୋ ବଡ ଭାଇ ଭାବୁଛନ୍ତି । ଏ ହେଉଛନ୍ତି ସାହାଜ ଚୋପ୍ରା ଓ ଶିବାଙ୍ଗ ଚୋପ୍ରା 99।’

ପ୍ରକାଶ ଥାଉକି ଦୀପାବଳିର ଦୁଇଦିନ ପରେ ଭାଇଦୁଜ ଉତ୍ସବ ପାଳନ କରାଯାଇଥିଲା । ସବୁ ଭଉଣୀ ନିଜ ଭାଇର ଦୀର୍ଘାୟୁ ପାଇଁ ଏହି ପୂଜା କରନ୍ତି । ଭାଇଦୁଜ ଉତ୍ସବକୁ ଦକ୍ଷୀଣ ଭାରତରେ ୟାମା ଦ୍ବିତୀୟା ନାମରେ ପାଳନ କରାଯାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.