ମୁମ୍ବାଇ: ଲକଡାଉନ ପାଇଁ ସବୁ ସେଲିବ୍ରିଟି ଘରେ ବନ୍ଦ ଅଛନ୍ତି । ଘରେ ରହିବା ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି ଷ୍ଟାର୍ସ । କିଛି ସେଲିବ୍ରିଟି ନିଜର ପୁରୁଣା ଫଟୋ, ଭିଡିଓ ସେୟାର କରିବାର ଲାଗିଛନ୍ତି। ଆଉ କିଛି କବିତା ଲେଖି ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି। ଏହି କ୍ରମରେ ସାମିଲ ଥବା ଅଭିନେତ୍ରୀ କ୍ରିତି ସାନନ ନିକଟରେ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କ କୋଷ୍ଟାର କାର୍ତ୍ତିକ ଆର୍ୟନ ମଜାଦାର କମେଣ୍ଟ କରି ଚର୍ଚ୍ଚାରେ।
ଇନଷ୍ଟାଗ୍ରାମରେ କ୍ରିତି ଫଟୋ ସେୟାର କରି ଲେଖିଛନ୍ତି, ‘ହଁ ମୁଁ ଭାବୁଛି ଯେ କେବେ କେବେ ମୁଁ ଅଧିକା ଚିନ୍ତା କରୁଛି।’ ଏହାସହ ସେ ଚାରୋଟି ଫଟୋର କୋଲାଜ କରିଛନ୍ତି । ଯେଉଁଥିରେ ଭିନ୍ନ ଭିନ୍ନ ଏକ୍ସପ୍ରେଶନ ଦେଇଥିବାର ନଜର ଆସୁଛନ୍ତି।
ସେପଟେ କାର୍ତ୍ତିକ ତାଙ୍କ ଡ୍ରେସ ଉପରେ କମେଣ୍ଟ କରି ଲେଖିଛନ୍ତି, ‘ଆପଣଙ୍କ ଡ୍ରେସ ମଜନୁ ଭାଇ ପେଣ୍ଟ କରିଛନ୍ତି।’ କ୍ରିତି ମଧ୍ୟ କେଉଁ ଛାଡିବା ଝିଅ । ସେ ମଧ୍ୟ ଏହାର ଜବାବରେ ଲେଖିଛନ୍ତି, ‘ହଁ ଯିଏ ଆପଣଙ୍କ ପୋଷାକ ତିଆରି କରୁଛନ୍ତି ସେ ମୋର ବି କରିଛନ୍ତି।’
ପ୍ରକାଶ ଥାଉକି କାର୍ତ୍ତିକ ‘ୱେଲକମ’ ଫିଲ୍ମର ମଜୁନ ଭାଇଙ୍କ କଥା କହିଛନ୍ତି । ଅନିଲ କପୁର ‘ୱେଲକମ’ରେ ମଜୁନ ଭାଇଙ୍କ ଭୂମିକାର ଅଭିନୟ କରିଥିଲେ। ସେ ଅଣ୍ଡରୱାର୍ଲ୍ଡ ଡନ ଭୂମିକାରେ ଶାନଦାର କମେଡି କରିଥିଲେ।