ETV Bharat / sitara

ଲକ୍ଷ୍ନୌରେ କାର୍ତ୍ତିକଙ୍କୁ ମିଳିଲା ଖାସ୍ ସମ୍ମାନ - ଅନନ୍ୟା ପାଣ୍ଡେ

ଏବେ ‘ପତି ପତ୍ନୀ ଔର ବୋ’ ଫିଲ୍ମର ସୁଟିଂରେ ଲାଗିପଡିଛନ୍ତି କାର୍ତ୍ତିକ ଆଯ୍ୟନ । ଇତିମଧ୍ୟରେ ତାଙ୍କୁ ଖାସ୍ ସମ୍ମାନରେ ସମ୍ମାନିତ କରିଛି ଲକ୍ଷ୍ନୌର ଡାକ ବିଭାଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
author img

By

Published : Aug 18, 2019, 7:19 AM IST

ମୁମ୍ବାଇ: ବଲିଉଡର କ୍ୟୁଟ ଅଭିନେତା କାର୍ତ୍ତିକ ଆଯ୍ୟନ ଆଜିକାଲି ନିଜର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ବୋ’ର ସୁଟିଂରେ ଖୁବ୍ ବ୍ୟସ୍ତ । ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ କାର୍ତ୍ତିକଙ୍କ ସହ ନବାଗତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଭୂମି ପେଡନେକର ନଜର ଆସିବେ । ଇତିମଧ୍ୟରେ କାର୍ତ୍ତିକଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଫ୍ୟାନ୍ସ ଖୁସି ହୋଇଯିବେ । ଶୁଣିବାକୁ ମିଳୁଛି ଯେ କାର୍ତ୍ତିକଙ୍କୁ ଖାସ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ଲକ୍ଷ୍ନୌ ପୋଷ୍ଟ ଅଫିସ ତାଙ୍କୁ ଏକ କଷ୍ଟମାଇଜଡ ପୋଷ୍ଟାଲରେ ସମ୍ମାନିତ କରିଛି । କାର୍ତ୍ତିକ ବର୍ତ୍ତମାନ ଲକ୍ଷ୍ନୌରେ ଫିଲ୍ମ ସୁଟିଂ ପାଇଁ ଅଛନ୍ତି । ତାଙ୍କୁ ଏହି ସମ୍ମାନ ଲକ୍ଷ୍ନୌର ମୁଖ୍ୟାଳୟ କ୍ଷେତ୍ରର ଡାକ ସେବା ନିର୍ଦ୍ଦେଶକ କୃଷ୍ଣା କୁମାର ଯାଦବଙ୍କ ଦ୍ବାରା ଦିଆଯାଇଛି ।

ଏହି ଅବସରରେ କୃଷ୍ଣା କହିଥିଲେ କି ଆମେ କାର୍ତ୍ତିକଙ୍କୁ କିଛି ଏମିତି ଦେବାକୁ ଚାହୁଁଥିଲୁ, ଯାହାକୁ ସେ ସର୍ବଦା ମନେ ରଖିବେ । ଷ୍ଟାମ୍ପ କଲେକ୍ସନର ଭାଗିଦାର ହେବାଠାରୁ ଅଧିକ ଖାସ୍ ଆଉ କଣ ହୋଇପାରିବ । ଏହା ଆମର ଏକ ନୂଆ ଆରମ୍ଭ ।

ଯେବେ ଆମେ କାର୍ତ୍ତିକଙ୍କ ସହ ଷ୍ଟାମ୍ପ ସେୟାର କରିଥିଲୁ ସେ ବହୁତ ଉତ୍ସାହିତ ହୋଇଥିଲେ । ଆଉ ଜାଣିବାକୁ ଚାହୁଁଥିଲେ ଯେ ଏହାର ବ୍ୟବହାର କିଏ କେମିତି କରିପାରିବ । ଏହାର ବ୍ୟବହାର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଲୋକଙ୍କୁ ଚିଠି ଲେଖିବାରେ ବ୍ୟବହାର କରାଯାଇପାରିବ ବୋଲି କହିଥିଲେ କୃଷ୍ଣା । ଆଉ ତାଙ୍କର ଏହି କଥା ଶୁଣି କାର୍ତ୍ତିକ ବହୁତ ଖୁସି ହୋଇଥିଲେ ।

Intro:ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ହିଡ଼ିଙ୍ଗା ଅଞ୍ଚଳରେ ବିଦ୍ୟୁତ ମରାମତି ବେଳେ 2ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ବାଇଟ- ମିନତୀ ବିଶ୍ୱାଳ(ଚାନ୍ଦିପୁର, ଆଇଆଇସି)

Body:ହିଡ଼ିଙ୍ଗାରେ ବୈଦ୍ୟୁତିକ ସମସ୍ୟା ନେଇ ଲାଇନ ମ୍ୟାନ ସତ୍ୟନାରାୟଣ ଦାସ ସେହି ଗାଁର ଯୁବକ ପ୍ରଦୀପ ଜେନଙ୍କୁ ଡାକି ନେଇଥିଲେ। ଗୋଟିଏ ଖୁଣ୍ଟରେ ଏଲଟି ଓ 11 କେଭି ବିଦ୍ୟୁତ ତାର ସରବରାହ ହୋଇଥିଲା। ଏଲଟି ଲାଇନ ସଜାଡୁଥିବା ବେଳେ ଅସାବଧାନତା ଯୋଗୁଁ ତାହା 11 କେଭିରେ ସଂଯୋଗ ହୋଇଯାଇଥିଲା। ଉଭୟ ବିଦ୍ୟୁତ ଆଘାତରେ ତଳେ ପଡିଯାଇଥିଲେ।

Conclusion:ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକେ ବାଲେଶ୍ଵର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସତ୍ୟନାରାୟଣ ଙ୍କ ଘର ସହରର ସୁନହଟ ଅଞ୍ଚଳରେ ହୋଇଥିବା ବେଳେ ନିକଟରେ ତାଙ୍କର ପ୍ରମୋଶନ ହୋଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.