ନୂଆଦିଲ୍ଲୀ: କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଚାଲିଥିବା ସାଣ୍ତାଲଉଡ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ସଞ୍ଜନା ଗାଲ୍ରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
କୁହାଯାଉଛି ଯେ, ସଞ୍ଜନାଙ୍କୁ ଚିକିତ୍ସା ପାଇଁ ଜାମିନ ମିଳିଛି । କିଛି ସମୟ ପୂର୍ବରୁ ସଞ୍ଜନା ତାଙ୍କ ଜାମିନ ଆବେଦନ କରିଥିଲେ, ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
- " class="align-text-top noRightClick twitterSection" data="
">
ସଞ୍ଜନାଙ୍କ ଜାମିନରେ କୁହାଯାଇଥିଲା ଯେ, ତାଙ୍କୁ ଡାକ୍ତରୀ ସାହାଯ୍ୟର ଆବଶ୍ୟକତା ରହିଛି । ଯଦି ତାଙ୍କର ଯଥାଶୀଘ୍ର ସର୍ଜରୀ କରା ନ ଯାଏ, ତେବେ ତାଙ୍କର ଷ୍ଟ୍ରୋକ୍ ହୋଇପାରେ । ଏଭଳି ପରିସ୍ଥିତିରେ ସଞ୍ଜନାଙ୍କୁ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଟେଷ୍ଟ ଦେବାକୁ କୋର୍ଟ ଅନୁମତି ଦେଇଥିଲେ, ଯାହା ପରେ ତାଙ୍କୁ ଏବେ ଜାମିନ ମିଳିଛି ।
ସଞ୍ଜନାଙ୍କୁ ସେପ୍ଟେମ୍ବର 8 ରେ ସାଣ୍ତାଲଉଡ ଡ୍ରଗ୍ସ ମାମଲାରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା । ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ତଥା CCB ଡ୍ରଗ୍ସ ମାମଲା ସହ ଜଡିତ 12 ଜଣଙ୍କୁ ଗିରଫ କରିଛି । ଏଥିରେ ଅଭିନେତ୍ରୀ ରାଗିଣୀ, ନିଆଜ୍, ରବି, ଶଙ୍କର, ରାହୁଲ, ବିରେନ୍ ଖାନ୍ନା, ଲୁମ୍ ପେପର୍ ଏବଂ ପ୍ରତୀକ ଶେଟ୍ଟୀ ସଞ୍ଜନାଙ୍କ ସହ ସାମିଲ ଥିଲେ ।
ପ୍ରକାଶ ଥାଉ ଯେ,ଗତ ମାସରେ କର୍ଣ୍ଣାଟକ ହାଇକୋର୍ଟ ସଞ୍ଜନା ତଥା ଅଭିନେତ୍ରୀ ରାଗିଣୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।