ନୂଆଦିଲ୍ଲୀ: ଆଜି ବଲିଉଡର ଜଣାଶୁଣା କିଙ୍ଗ ଖାନ ଶାହରୁଖ ଖାନଙ୍କ ପତ୍ନୀ ତଥା ଡିଜାଇନର ଗୌରୀ ଖାନ ନିଜର 50 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ କରିସ୍ମା କପୁର ମଧ୍ୟ ଏକ ଖାସ ଅନ୍ଦାଜରେ ଗୌରୀଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି ।
ଆଜି କରିସ୍ମା ଇନଷ୍ଟାଗ୍ରାମରେ ଗୌରିଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋରେ ଲୋଲୋ ଏକ ଧଳା ଟି-ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବାବେଳେ ଗୌରୀ କଳା ଧଳା ରଙ୍ଗର ଏକ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ଫଟୋରେ କ୍ୟାପସନରେ କରିସ୍ମା ଲେଖିଛନ୍ତି, “ବର୍ଥଡେ ଗର୍ଲ ଙ୍କୁ ଜନ୍ମଦିନର ଶୁଭେଚ୍ଛା ” ।
ଲୋଲୋଙ୍କ ପୂର୍ବରୁ ଫରାହ ଖାନ ମଧ୍ୟ ଗୌରୀଙ୍କ ଫଟୋ ସହିତ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ସମୟରେ, ଗୌରୀଙ୍କ ବିଏଫଏଫ ସୁଜନ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ,ଆମେ ସବୁବେଳେ ଏକାଠି ହସିବା ।