ETV Bharat / sitara

ନୀତୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବେବୋ-ଲୋଲୋ - ନୀତୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ

ଆଜି ଭେଟେରାଇନ ଅଭିନେତ୍ରୀ ନୀତୁ କପୁରଙ୍କର 62ତମ ଜନ୍ମଦିନ । ଏହି ବିଶେଷଦିନରେ କରୀନା ଏବଂ କରିସ୍ମା ନୀତୁଙ୍କ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

karisma and kareena kapoor wish their aunt neetu kapoor on her birthday with adorable throwback posts
ନୀତୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବେବୋ-ଲୋଲୋ
author img

By

Published : Jul 8, 2020, 7:38 PM IST

ନୂଆଦିଲ୍ଲୀ: ଆଜି ଋଷି କପୁରଙ୍କ ପତ୍ନୀ ତଥା ଫେମସ ଅଭିନେତ୍ରୀ ନୀତୁ ସିଂଙ୍କ 62ତମ ଜନ୍ମଦିନ । ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ପ୍ରଶଂସକ । ଏହି ବିଶେଷଦିନରେ ବହୁ ପ୍ରଶଂସକମାନଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ।

ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା ମଧ୍ୟ ତାଙ୍କ ନୀତୁଙ୍କ ଏକ ଆକର୍ଷଣୀୟ ଥ୍ରୋବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କରୀନା ତାଙ୍କ ଇନଷ୍ଟାଗ୍ରାମରେ ନୀତୁଙ୍କ ଏକ ବ୍ଲାକ ଆଣ୍ତ ହ୍ବାଇଟ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରିଛନ୍ତି । ଫଟୋ ପୋଷ୍ଟ କରି କ୍ୟାପସନରେ କରୀନା ଲେଖିଛନ୍ତି, "ହାପି ବର୍ଥଡେ ନୀତୁ ଆଣ୍ଟି" । ଏହାସହିତ ସେ ଦୁଇଟି ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି ।

ଏହି ସମୟରେ କରିସ୍ମା ମଧ୍ୟ ନୀତୁଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରି ତାଙ୍କୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ପୂର୍ବରୁ, ନୀତୁଙ୍କ ଲାଡଲୀ ରିଦ୍ଧିମା କପୁର ମଧ୍ୟ ଏକ ଖାସ୍ ଅନ୍ଦାଜରେ ତାଙ୍କ ମାଆଙ୍କୁ ବର୍ଥଡେ ୱିଶ କରିଛନ୍ତି । ରିଦ୍ଧିମା ସୋସିଆଲ ମିଡିଆରେ ଭାଇ, ଅଭିନେତା ରଣବୀର କପୁର ଓ ମାଆଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋରେ ରିଦ୍ଧିମା ଲେଖିଛନ୍ତି, ‘ଆଇରନ ଲେଡିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ।’ ପ୍ରକାଶ ଥାଉକି ରିଦ୍ଦିମା ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ସେ ପ୍ରାୟତଃ ନିଜ ପରିବାରର ଥ୍ରୋବ୍ୟାକ ଫଟୋ, ଭିଡିଓ ସେୟାର କରି ଚର୍ଚ୍ଚାରେ ଆସନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.