ହାଇଦ୍ରାବାଦ: ଆଜି ବଲିଉଡର ଭେଟେରାନ ଅଭିନେତ୍ରୀ ବବିତାଙ୍କ 74 ତମ ଜନ୍ମଦିନ । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ସାନ ଝିଅ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ମା'ଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ବେବୋ ଇନଷ୍ଟାଗ୍ରାମରେ ଦୁଇଟି ଥ୍ରୋବ୍ୟାକ ଫଟୋ ସେୟାର କରି ମା' ପାଇଁ ଏକ ସ୍ପୋଶାଲ ନୋଟ୍ ଲେଖିଛନ୍ତି ।
ଏକ ଫଟୋରେ ମା' ବବିତାଙ୍କ ସହ ବେବୋ ଏବଂ ବଡ ଭଉଣୀ କରିସ୍ମା ନଜର ଆସିଛନ୍ତି । ଏଥିସହିତ ଅନ୍ୟ ଫଟୋରେ ବବିତାଙ୍କ ଯୁବାବସ୍ଥାର ଫଟୋ ଦେଖିବାକୁ ମିଳିଛି ।
ଫଟୋ ସହିତ କ୍ୟାପସନରେ ବେବୋ ଲେଖିଛନ୍ତି, 'ଆମର ଶକ୍ତି, ଆମର ଦୁନିଆ ... ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୁଁ ଆଉ ଲୋଲୋ ତୁମକୁ ସବୁବେଳେ ହଇରାଣ କରିବୁ ।
ପ୍ରକାଶ ଥାଉ ଯେ, ବେବୋଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟିମାନେ କମେଣ୍ଟ ବକ୍ସରେ ବବିତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ