ମୁମ୍ବାଇ: ଦୀର୍ଘ ସମୟରୁ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜର ଆଗାମୀ ଚର୍ଚ୍ଚିତ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ଏବେ ଫିଲ୍ମକୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣି ଫ୍ୟାନ୍ସ ନିହାତି ଖୁସି ହୋଇଯିବେ । କାରଣ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି ବି-ଟାଉନର ବେବୋ କରୀନା କପୁର ଖାନ ।
ଏହି ଫିଲ୍ମର ଘୋଷଣା ଆମୀର ନିଜ ବର୍ଥଡେ’ରେ କରିଥିଲେ । କିନ୍ତୁ ଏଯାବତ ଫିଲ୍ମର କାଷ୍ଟିଂ ଉପରେ କାମ ଚାଲିଛି । ଇତିମଧ୍ୟରେ କରୀନା ଫିଲ୍ମରେ ସାମିଲ ହେବା କଥା ଜୋର ଧରିଛି । ଦର୍ଶକ ପୁଣି ଥ୍ରି-ଇଡିୟଟ ଯୋଡିକୁ ଏକାଠି ଦେଖିବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ଆଉ କିଛି ଦିନ ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ।
ଯଦି କରୀନାଙ୍କ ବିଷୟରେ କଥା ହେବେ ତେବେ ସେ ଅଭିନେତା ଇରଫାନ ଖାନ ଆଗାମୀ ଫିଲ୍ମ ଇଂରାଜୀ-ମିଡିୟମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂ ପାଇଁ ସେ ଏବେ ଲଣ୍ଡନରେ ଅଛନ୍ତି । ଲଣ୍ଡନରୁ ଫେରିଲା ପରେ ସେ ଟିଭିର ରିୟାଲିଟି ଶୋ ନଚ ବଲିଏର ସୁଟ କରିବେ । ଏହା ଶେଷ କଲା ପରେ ହିଁ ସେ ଫିଲ୍ମ ଲାଲା ସିଂହ ଚଡ୍ଡାର କାମ ଆରମ୍ଭ କରିବେ ।
ପ୍ରକାଶ ଥାଉକି ଆମୀରଙ୍କ ଏହି ଫିଲ୍ମ ହଲିଉଡ ଷ୍ଟାର ଟମ ହ୍ୟାଙ୍କ୍ସଙ୍କ ଫିଲ୍ମ ଫରେଷ୍ଟ ଗୋମ୍ପର ହିନ୍ଦୀ ରିମେକ । ଏହି ଫିଲ୍ମଟି ଓସ୍କାର ଆୱାର୍ଡ ଜିତିଥିବା ସବୁଠାରୁ ଚର୍ଚ୍ଚିତ ଫିଲ୍ମ । ତେଣୁ ଆମୀର ମଧ୍ୟ ଏହି ଫିଲ୍ମ ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି ।