ETV Bharat / sitara

କରନଙ୍କ ଖୁଲାସା, ହ୍ରିତିକଙ୍କୁ ଅଣଦେଖା କରୁଥିଲେ ଏହି ଷ୍ଟାର୍ସ

ଚର୍ଚ୍ଚାରେ କରନ ଜୋହରଙ୍କ ଲେଖିତ ବହି ‘ଅସୁଟେବଲ ବୟ’ରେ। ବହିରେ ଆଲୋଚନା ହୋଇଛି ‘କଭି ଖୁସି କଭି ଗମ’ ସେଟର କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 19, 2020, 8:30 PM IST

ମୁମ୍ବାଇ: 2001ରେ ରିଲିଜ ହୋଇଥିବା ଫେମସନ ନିର୍ମାତା କରନ ଜୋହରଙ୍କ ଫେମସ ଫିଲ୍ମ ‘କଭି ଖୁସି କଭି ଗମ’ରେ ଶାନଦାର କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମରେ ପରିବାରର ମର୍ଯ୍ୟାଦା ଓ ପ୍ରତିଷ୍ଠାର ମିଶ୍ରଣ କାହାଣୀକୁ ପର୍ଯ୍ୟବେଶିତ କରିଥିଲେ କରନ । ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ହୁଏତଃ ପାରିବାରିକ ଥିଲା । ହେଲେ ସେଟରେ ମହଲ କିଛି ଭିନ୍ନ ଦେଖିବାକୁ ମିଳିଥିଲା । ଯାହାର ଖୁଲାସା ନିକଟରେ ନିକଟରେ ହୋଇଥିଲା । କରନ ନିଜ ଲେଖିତ ବହି ‘ଅସୁଟେବଲ ବୟ’ରେ ଏହାର ଆଲୋଚନା କରିଛନ୍ତି । ଯେଉଁଥିରେ ଜଣାପଡିଛି ଯେ ସେଟରେ ବଡ ଷ୍ଟାର୍ସ ହ୍ରିତିକ ରୋଶନଙ୍କ ଠାରୁ ଦୂରେଇ ରହୁଥିଲେ ।

କରନ ବହିରେ ଏହି କଥା ଆଲୋଚନା କରି ଲେଖିଛନ୍ତି ଯେ ସେଟରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ ଖାନ ଓ କାଜଲ ଭଳି ବଡ ଷ୍ଟାର୍ସ ହ୍ରିତିକଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରୁନଥିଲେ। ଏହାର କାରଣ ହ୍ରିତିକଙ୍କ ଡେବ୍ୟୁ ଫିଲ୍ମ ‘କହୋ ନା ପ୍ୟାର ହେ’ ସୁପରହିଟ୍ ହେବା।

ଫିଲ୍ମ ସୁପରହିଟ୍ ପରେ ହ୍ରିତିକଙ୍କୁ ମଧ୍ୟ ସୁପରଷ୍ଟାର ଖାତ୍ୟ ମିଳିଥିଲା । ଦର୍ଶକ ତାଙ୍କ ତୁଳନା ଶାହରୁଖଙ୍କ ସହ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଶାହରୁଖ ଅସନ୍ତୋଷ ଥିଲେ । କାରଣ ହ୍ରିତିକ ସେହି ସମୟରେ ବହୁତ ଜୁନିୟର ଥିଲେ । ଆଉ ଶାହରୁଖ ପୂର୍ବରୁ ହିଁ ବଡ ଷ୍ଟାର ହୋଇସାରିଥିଲେ । ହେଲେ ଏହା ସେହି ସମୟ ଥିଲା ଯେବେ ଶାହରୁଖଙ୍କ ଗୋଟିଏ, ଦୁଇଟି ଫିଲ୍ମ ଫ୍ଲପ ହୋଇଥିଲା । ଏଥି ନିମନ୍ତେ ଦର୍ଶକ ଶାହରୁଖଙ୍କୁ ଛାଡି ହ୍ରିତିକଙ୍କୁ ପସନ୍ଦ କରିଥିଲେ ବୋଲି ବହିରେ ଲେଖିଛନ୍ତି କରନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.