ହାଇଦ୍ରାବାଦ: କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏଥିରେ ବଲିଉଡର ଅଭିନେତ୍ରୀଙ୍କୁ ବେଶ୍ ଅଲଗା ଅନ୍ଦାଜରେ ଦେଖିବାକୁ ମିଳୁଛି । ତେବେ ପଛରେ ନାହାଁନ୍ତି କଙ୍ଗନା ଓ ଦୀପିକା ।

ଦ୍ବିତୀୟ ଦିନରେ ରେଡ କାରପେଟରେ ନିଜ ଜଲୱା ଦେଖାଇଛନ୍ତି ଦୁଇ ଅଭିନେତ୍ରୀ । କଙ୍ଗନାଙ୍କ ପ୍ରିନସେସ ଅବତାର ଦେଖିବାକୁ ମିଳିଥିଲାବେଳେ ଦୀପିକା ଲାଇମ ଲୁକରେ ନଜର ଆସିଥିଲେ ।

ତେବେ କଙ୍ଗନା ମାଇକେଲ ଚିନୋଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଗାଉନ ପିନ୍ଧିଥିଲେ । ଦୀପିକାଙ୍କ ନ୍ୟୁଡ ମେକଅପ ଚର୍ଚ୍ଚାର ବିଷୟ ଥିଲାବେଳେ କଙ୍ଗନାଙ୍କ ହେୟାରଷ୍ଟାଇଲ କାଫି ଚର୍ଚ୍ଚାରେ ଥିଲା ।

ତେବେ ପ୍ରଥମ ଦିନ ଦୁହିଁଙ୍କ ଲୁକ ବିଷୟରେ ମଧ୍ୟ କାଫି ଚର୍ଚ୍ଚାର ବିଷୟ ଥିଲା । କଙ୍ଗନା ପ୍ରଥମ ଦିନରେ ଶାଢୀକୁ ଜିଷ୍ଟ ଷ୍ଟାଇଲରେ ପିନ୍ଧିଥିଲେ ଓ ଦୀପିକା କଳାଧଳାର ଡୁନଡାସ ଗାଉନ ପିନ୍ଧିବା ସହ ହାଇ ପନିଟେଲ ଦୀପିକାଙ୍କୁ ୟୁନିକ ଲୁକ ଦେଇଥିଲା ।
