ETV Bharat / sitara

ଗୋଟିଏ ଚାପୁଡାରେ ଆଉ ଏକ ଗାଲ ଦେଖାଇ ମିଳିଥିବା ସ୍ବାଧୀନତା ଭିକ: କଙ୍ଗନା - ଭିକରେ ମିଳିଛି ସ୍ବାଧୀନତା

ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମଣିକର୍ଣ୍ଣିକା ହିରୋଇନ କଙ୍ଗନା । ନେତାଜୀଙ୍କୁ ଗାନ୍ଧିଜୀ ସମର୍ଥନ କରୁନଥିଲେ ଏବଂ ଗାନ୍ଧିଜୀ ଭଗତ ସିଂହଙ୍କ ଫାଶୀ ଚାହୁଁଥିଲେ ବୋଲି କଙ୍ଗନା କହିଛନ୍ତି । ଅଧିକ ପଢନ୍ତୁ

ଗୋଟିଏ ଚାପୁଡାରେ ଆଉ ଏକ ଗାଲ ଦେଖାଇ ମିଳିଥିବା ସ୍ବାଧୀନତା ଭିକ: କଙ୍ଗନା

author img

By

Published : Nov 17, 2021, 11:47 AM IST

ମୁମ୍ବାଇ: ସର୍ବଦା ବିବାଦର ପରିଧିରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ଆଉ ଏକ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ । କିଛିଦନ ତଳେ କଙ୍ଗନା ଦେଇଥିବା ବୟାନ-'୧୯୪୭ରେ ମିଳିଥିବା ସ୍ବାଧୀନତା ଭିକ' ନ ଥମୁଣୁ ଏବେ ସିଧା ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା ।

ଗାନ୍ଧିଜୀ ନେତାଜୀଙ୍କୁ ସମର୍ଥନ କରିନଥିଲେ ବୋଲି ସେ କହିଛନ୍ତି । କଙ୍ଗନା କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଗାନ୍ଧିଜୀ ଆଦୌ ସମର୍ଥନ କରୁନଥିଲେ । ଗାନ୍ଧିଜୀ ମଧ୍ୟ ଭଗତ ସିଂହଙ୍କ ଫାଶୀ ଚାହୁଁଥିଲେ । ଗୋଟିଏ ଗାଲକୁ ମାରିଲେ ଯେଉଁମାନେ ଆଉ ଏକ ଗାଲ ଦେଖାଇବାକୁ କହନ୍ତି ସେମାନେ ଦେଇଥିବା ସ୍ବାଧୀନତା ଭିକ ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା ।

ତେବେ କଙ୍ଗନା ଅଭିନୟ କ୍ଷେତ୍ରରେ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ସାକ୍ଷାତ ସମୟରେ ୨୦୧୪ରେ ଅର୍ଥାତ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ହିଁ ଆମକୁ ପ୍ରକୃତ ସ୍ବାଧୀନତା ମିଳିଛି, ଏହାପୂର୍ବରୁ ମିଳିଥିବା ସ୍ବାଧୀନତା ଭିକ ବୋଲି କହିଥିଲେ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ପଦ୍ମଶ୍ରୀ ପ୍ରତ୍ୟାବର୍ତ୍ତନ ପାଇଁ ମଧ୍ୟ ଦାବି ହୋଇଥିଲା ।

ଭୁଲ୍ ପ୍ରମାଣିତ କଲେ ପଦ୍ମଶ୍ରୀ ଫେରାଇ ଦେବି କହିବା ପରେ ଇନଷ୍ଟାଗ୍ରାମରେ ଏକ ପୁରୁଣା ଖବରକାଗଜର କଟିଂକୁ ସେୟାର କରି ୨ ପୃଷ୍ଠାରେ ନିଜସ୍ବ ମନ୍ତବ୍ୟ ରଖିଛନ୍ତି କଙ୍ଗନା । ପ୍ରଥମ ପୋଷ୍ଟରେ କଙ୍ଗନା କହିଛନ୍ତି ଯେ, ଯେଉଁମାନେ ସ୍ବାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ କ୍ଷମତାଲୋଭୀ ଓ ଚାଲାକ ଲୋକମାନେ ନିଜର ମାଲିକଙ୍କୁ ହସ୍ତାନ୍ତର କରିଦେଇଥିଲେ । ଏମାନେ ସେହି ଲୋକ ଥିଲେ, ଯେଉଁମାନଙ୍କର ଶୋଷଣ କରୁଥିବା ଲୋକଙ୍କ ସହିତ ଲଢିବା କିମ୍ବା ନିଜର ଗରମ ରକ୍ତକୁ ଆହୁତି ଦେବାର ସାହସ ନ ଥିଲା ।

ଏମାନେ ସେହି ଲୋକ ଥିଲେ, ଯେଉଁମାନେ କି ଗୋଟିଏ ଗାଲକୁ ମାରିଲେ ଆଉ ଏକ ଗାଲ ଦେଖାଇଦେବାକୁ ଶିଖାଉଥିଲେ । ଏଭଳି ଭାବେ କେବେ କଣ କାହାକୁ ସ୍ବାଧୀନତା ମିଳେ ? ଏଭଳି କେବଳ ଭିକ ମିଳିଥାଏ । ସେଥିପାଇଁ ବୁଦ୍ଧିର ସହ ନିଜର ନାୟକଙ୍କୁ ବାଛନ୍ତୁ ବୋଲି କଙ୍ଗନା କହିଛନ୍ତି । ଦ୍ବିତୀୟ ପୋଷ୍ଟରେ କଙ୍ଗନା ଲେଖିଛନ୍ତି ଯେ, ଗାନ୍ଧିଜୀ କେବେ ବି ନେତାଜୀ ଓ ଭଗତ ସିଂହଙ୍କୁ ସମର୍ଥନ କରିନଥିଲେ । ଏପରି କିଛି ପ୍ରମାଣ ରହିଛି ସେଥିରୁ ଜଣାପଡୁଛି ଯେ, ଗାନ୍ଧିଜୀ ଭଗତ ସିଂହଙ୍କ ଫାଶୀ ଚାହୁଁଥିଲେ ।

କେବଳ ଇତିହାସକୁ ଜାଣି ସେସବୁକୁ ଗୋଟିଏ ବାକ୍ସରେ ରଖି ମହାପୁରୁଷଙ୍କ ଜୟନ୍ତୀରେ ଶୁଭକାମନା ଜଣାଇଦେଲେ ହେବନି । ଏହି ନିରବତା ଦାୟିତ୍ବହୀନତାକୁ ସୂଚାଏ । ତେଣୁ ଇତିହାସକୁ ଜାଣନ୍ତୁ ଏବଂ ଆପଣଙ୍କ ହିରୋକୁ ନିଜେ ଚୟନ କରନ୍ତୁ ବୋଲି କଙ୍ଗନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.