ମୁମ୍ବାଇ: ବି-ଟାଉନ କୁଇନ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ପ୍ରାୟତଃ ଚର୍ଚ୍ଚାରେ ରହୁନ୍ତି। ରଙ୍ଗୋଲୀ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ଟାର୍ଗେଟ କରୁଥିବାର ଦେଖାଯାନ୍ତି। ଇତିମଧ୍ୟରେ ତାଙ୍କ ଶିକାର ବି-ଟାଉନର ମୁନ୍ନି ମଲାଇକା ଅରୋରାଙ୍କ ହୋଇଛନ୍ତି। ରଙ୍ଗୋଲୀ, ମଲାଇକାଙ୍କ ଏକ ଫଟୋକୁ ଆଧାର କରି ଅନେକ କଥା ସୋସିଆଲ ମିଡିଆରେ କହିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କଥାଟି ହେଲା କି ମଲାଇକା ନିକଟରେ ପୁଅ ଅରହାନଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯାହା ରଙ୍ଗୋଲୀଙ୍କୁ ଆଦୌ ପସନ୍ଦ ଆସିନଥିଲା। ଏହାପରେ ଆଉ କଣ ଥିଲା ରଙ୍ଗୋଲୀ ସଙ୍ଗେ ସଙ୍ଗେ ମଲାଇକାଙ୍କୁ ସୋସିଆଲ ମିଡିଆରେ ଆଡୁସାଡୁ କହିବା ଆରମ୍ଭ କରିଦେଇଥିଲେ।
ମଲାଇକାଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଯେବେ ଆପଣଙ୍କ ପୁଅ ଭଲ ଛୁଆ ପରି ନିଜ ମା'ଙ୍କ କେୟାର କରୁଛନ୍ତି । ’ଫଟୋରେ ତାଙ୍କ ପୁଅ ଦୂରରେ ବସିଥିବାର ନଜର ଆସୁଛନ୍ତି । ଅନ୍ୟପଟେ ରଙ୍ଗୋଲୀ ଏହାର ସ୍କ୍ରିନସଟ ସେୟାର କରି ଟ୍ବିଟରରେ କମେଣ୍ଟ ସହ ଲେଖିଛନ୍ତି, ‘ଏ ହେଉଛନ୍ତି ମଡର୍ଣ୍ଣ ଭାରତୀୟ ମା', ବହୁତ ଭଲ ।’ ଏହି ଫଟୋକୁ ଯେମିତି ରଙ୍ଗୋଲୀ ଟ୍ବିଟରରେ ସେୟାର କଲେ ସଙ୍ଗେ ସଙ୍ଗେ ଅନେକ ୟୁଜର୍ସଙ୍କ କମେଣ୍ଟ ଆସିବା ଆରମ୍ଭ ହୋଇଯାଇଥିଲା।
ରଙ୍ଗୋଲୀଙ୍କ ଏପରି ବ୍ୟବହାରରେ ଅନେକ ୟୁଜର୍ସ ଅସନ୍ତୋଷ ମଧ୍ୟ ନଜର ଆସୁଛନ୍ତି । ଜଣେ ୟୁଜର ରଙ୍ଗୋଲୀଙ୍କୁ କଡା ଜବାବ ଦେଇ ଲେଖିଛନ୍ତି, ‘ରଙ୍ଗୋଲୀଙ୍କ ଏହି ବ୍ୟବହାର ଜଣାଇ ଦେଇଛୁ ଯେ ସେ ଜଣେ ଗଳିର ଆଣ୍ଟି ବୋଲି।’ ସେହିଠାରେ ଆଉ ଜଣେ ଲେଖିଛନ୍ତି, ‘କେତେ ଖରାପ ମସ୍ତିଷ୍କ ।’ ଆଉ କିଛି ୟୁଜର୍ସ କହିଛନ୍ତି ଯେ ରଙ୍ଗୋଲୀ ଏପରି କରି କଙ୍ଗନାଙ୍କ ଇମେଜ ଖରାପ କରୁଛନ୍ତି। ସେଠାରେ ସେ ଜଣେ ମା' ହୋଇ କିପରି ଅନ୍ୟ ମା' ଉପରେ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ୟୁଜର୍ସ।