ETV Bharat / sitara

କଙ୍ଗନାଙ୍କ ସପୋର୍ଟରେ ବାହାରିଲେ ଭଉଣୀ ରଙ୍ଗୋଲୀ

ନିକଟରେ କଙ୍ଗନା ରଣାୱତ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟକୁ ଟାର୍ଗେଟ କରିଥିଲେ । ଯାହାପରେ ଆଲିୟା ମଧ୍ୟ କଙ୍ଗନାକୁ ଜବାବ ଦେଇଥିଲେ । ଇତମିଧ୍ୟରେ କଙ୍ଗନାଙ୍କ ଭଉଣୀ ଏହି ୱାର୍ଡ ୱାରରେ ସାମିଲ ହୋଇଛନ୍ତି ।

author img

By

Published : Apr 17, 2019, 11:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟଗ୍ରାମ@କଙ୍ଗନା ରଣୱାତ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତ ଓ ଆଲିୟା ଭଟ୍ଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧରେ ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ମଧ୍ୟ ସାମଲି ହୋଇଯାଇଛନ୍ତି । ରଙ୍ଗୋଲୀ ନିଜ ଟ୍ବିଟର ଆକାଉଣ୍ଟରେ ଆଲିୟାଙ୍କ ମା' ଅର୍ଥାତ୍ ଅଭିନେତ୍ରୀ ସୋନୀ ରାଜଦାନଙ୍କୁ ଟ୍ୟାଗ କରି ମହେଶ ଭଟ୍ଟଙ୍କ ସହ ସମ୍ପୃକ୍ତ ଥିବା ଅନେକ କଥା ଉପରୁ ପରଦା ଉଠାଇଛନ୍ତି ।

ଏହାପରେ ସୋସିଆଲ ମିଡିଆରେ ଏବେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ନିକଟରେ କଙ୍ଗନା ଏକ ସାକ୍ଷାତକାରରେ ଆଲିୟାଙ୍କୁ ନେଇ ଅନେକ କଥା କହିଥିଲେ । ଯାହାପରେ ସୋନୀ ଟ୍ବିଟରେ ଲେଖିଥିଲେ କି କଙ୍ଗନାଙ୍କୁ ମହେଶ ବଲିଉଡରେ ବ୍ରେକ ଦେଇଥିଲେ । ଯାହାକୁ ଆଧାର କରି କଙ୍ଗନାଙ୍କ ଭଉଣୀ ଏହି ୱାର୍ଡ ୱାରରେ ସାମିଲ ହୋଇଯାଇଛନ୍ତି । ରଙ୍ଗୋଲୀ, ସୋନିଙ୍କୁ ଟ୍ୟାଗ କରି ଟ୍ବିଟରେ ଲେଖିଛନ୍ତି, "ସୋନୀ ଜି, ମହେଶ ଭଟ୍ଟ, କଙ୍ଗନାଙ୍କୁ କୌଣସି ବ୍ରେକ ଦେଇନାହାଁନ୍ତି । ଅନୁରାଗ ବାସୁ ତାଙ୍କୁ ବ୍ରେକ ଦେଇଥିଲେ ।"

ରଙ୍ଗୋଲୀ ଆହୁରି ଲେଖିଛନ୍ତି ଯେ ଆପଣଙ୍କ ସ୍ବାମୀ ମହେଶ ନିଜ ଭାଇ ପ୍ରଡକ୍ସନ ହାଉସରେ କ୍ରିଏଟିଭ ନିର୍ଦ୍ଦେଶକ ରୂପେ କାମ କରୁଥିଲେ । କଙ୍ଗନା ଯେତେବେଳେ 'ୱୋ ଲମହେଂ'ର ପ୍ରିଭ୍ୟୁ ଦେଖିବାକୁ ଥିଏଟରରେ ପହଞ୍ଚିଥିଲେ, ମହେଶ, କଙ୍ଗନାଙ୍କ ଉପରୁ ଚପଲ ପିଙ୍ଗିଥିଲେ । କଙ୍ଗନାଙ୍କୁ ନିଜ ଫିଲ୍ମ ଦେଖିବାକୁ ରୋକିଥିଲେ । ସେ ପୁରା ରାତି ବସି କାନ୍ଦିଥିଲେ । ସେହି ସମୟରେ କଙ୍ଗନାଙ୍କ ବୟସ କେବଳ 19 ବର୍ଷର ଥିଲା ।

Intro:Body:

dfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.