ETV Bharat / sitara

ଜାଏରାଙ୍କ ବଲିଉଡ ଛାଡିବା ପ୍ରସଙ୍ଗ: ସାମ୍ନାକୁ ଆସିଲା କୁଇନଙ୍କ ବୟାନ

ସବୁ ପ୍ରସଙ୍ଗରେ ନିଜ ପକ୍ଷ ରଖୁଥିବା କଙ୍ଗନା କିଛି ଦିନ ହେବ ଜାଏରାଙ୍କ ମାମଲାରେ ମୌନ ବ୍ରତ ପାଳନ କରିଆସୁଥିଲେ, କିନ୍ତୁ ଏବେ ଜାଏରାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

author img

By

Published : Jul 8, 2019, 2:05 PM IST

ଡିଜାଇନ ଫଟୋ

ମୁମ୍ବାଇ: କୁଇନ କଙ୍ଗନା ରଣାୱତ ବଲିଉଡର ଏମିତି ଅଭିନେତ୍ରୀ, ଯିଏ ସାମାଜିକ ପ୍ରସଙ୍ଗ ଉପରେ ନିଜର ପକ୍ଷ ରଖିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଜିକାଲି କଙ୍ଗନା ନିଜର ଅପକମିଂ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା'ର ପ୍ରମୋଶନରେ ଜୋରସୋରରେ ଲାଗିଛନ୍ତି । ଇତିମଧ୍ୟରେ ସେ ଅଭିନେତ୍ରୀ ଜାଏରା ୱାସିମଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

କିଛି ଦିନ ହେବ ଜାଏରାଙ୍କ ବଲିଉଡ ଛାଡିବା ନିଷ୍ପତ୍ତି ପୁରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତାଙ୍କର ଏପରି ନିଷ୍ପତ୍ତି ପରେ ବି-ଟାଉନର ଅନେକ କଳାକାର ନିଜ ନିଜ ପ୍ରତିକ୍ରିୟା ଦେଇଥିବାର ନଜର ଆସିଥିଲେ । ତାଙ୍କର ଧର୍ମ ଯୋଗୁଁ ସେ ଫିଲ୍ମ କ୍ୟାରିୟର ଛାଡିଥିଲେ ବୋଲି ସୋସିଆଲ ମିଡିଆରେ କହିଥିଲେ ।

ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା କଙ୍ଗନା ନିଜ ବିନ୍ଦାସ ଅନ୍ଦାଜରେ ଏହି ମାମଲା ଉପରେ ନିଜର ବୟାନ ରଖିଛନ୍ତି । 'ଜଜମେଣ୍ଟାଲ ହେ କ୍ୟା' ଗୀତ ଲଞ୍ଚିଂ ଅବସରରେ ଯେବେ କଙ୍ଗନାଙ୍କୁ ଜାଏରାଙ୍କ ମାମଲା ଉପରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ କି ଯଦି ଆପଣଙ୍କୁ ଲାଗୁଛି ଯେଉଁ ଜିନିଷ ଜୀବନରେ ଆବଶ୍ୟକ, ତାହାକୁ ଯଦି ଆପଣ ଅର୍ଜିତ କରିସାରିଛନ୍ତି । ତେବେ ଆପଣଙ୍କ ଆଖପାଖରେ ବହୁତ ଜିନିଷ ଏବେ ବି ଅଛି ଯେଉଁଥିରେ ନିଜ ଭାଗ୍ୟ ପରୀକ୍ଷା କରିପାରିବେ ।

ଏହାସହ ପରିବାର ଏବଂ ବନ୍ଧୁବାନ୍ଧବକୁ ସାହାଯ୍ୟ କର । ଜୀବନରେ ବହୁତ କିଛି ଅଛି କରିବା ପାଇଁ । ତେଣୁ ଏଥିନିମନ୍ତେ ସବୁବେଳେ ଚେଷ୍ଟା କର ନିଜ ଆଖପାଖ ପରିବେଶକୁ ଖୁସିଭରା କରିବାକୁ । ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଲା କି କୌଣସି ବି ଧର୍ମ ଆପଣଙ୍କୁ ସଶକ୍ତ କରିବା ସହ ଜୀବନରେ କିଛି ହାସିଲ କରିବାକୁ ଆପଣଙ୍କୁ ମଜବୁତ କରିଥାଏ, ନିଜ କାମରୁ ଦୂରେଇ ନଥାଏ ବୋଲି କହିଛନ୍ତି କଙ୍ଗନା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.