ETV Bharat / sitara

ଫ୍ୟାନ୍ସଙ୍କୁ ନବରାତ୍ରୀ-ଗୁଡି ପଡଓ୍ବାର ଶୁଭେଚ୍ଛା ଜଣାଇଲେ କଙ୍ଗନା - kangana-ranaut-extend-wishes

ପ୍ରଶଂସକଙ୍କୁ ନବରାତ୍ରୀ ଏବଂ ଗୁଡି ପଡଓ୍ବାରର ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ । ଅଧିକ ପଢନ୍ତୁ...

kangana-ranaut-extend-wishes-for-navratri-and-gudi-padwa
ଫ୍ୟାନ୍ସଙ୍କୁ ନବରାତ୍ରୀ-ଗୁଡି ପାଡଓ୍ବାର ଶୁଭେଚ୍ଛା ଜଣାଇଲେ କଙ୍ଗନା
author img

By

Published : Apr 13, 2021, 4:12 PM IST

ମୁମ୍ବାଇ: ମଙ୍ଗଳବାର ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରଶଂସକଙ୍କୁ ନବରାତ୍ରୀ ଏବଂ ଗୁଡି ପଡଓ୍ବାରର ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ନବରାତ୍ରୀ ଅବସରରେ ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଆଜିର ଦିନରେ ମା'ଙ୍କୁ ପୂଜା କରନ୍ତୁ ଏବଂ ଆଶୀର୍ବାଦ ଲୋଡ଼ନ୍ତୁ ।

କଙ୍ଗନା ଇନଷ୍ଟାଗ୍ରାମରେ ଦେବୀଙ୍କ ନିକଟରେ ପ୍ରାର୍ଥନା କରୁଥିବାର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ସମସ୍ତଙ୍କୁ ଗୁଡି ପଡଓ୍ବା ଏବଂ ନବରାତ୍ରୀର ଶୁଭେଚ୍ଛା କାମନା କରୁଛି । ମୁଁ ଯେତେବେଳେ ଘର ଛାଡିଥିଲି ସେତେବେଳେ ଏହି ମା’ଙ୍କ ଫଟୋ ମୋତେ ମୋ ମା' ଦେଇଥିଲେ, ମୁଁ ଜୀବନରେ ବହୁତ କିଛି ହରାଇଛି, କିନ୍ତୁ ଏହା ମୋ ସହିତ ସବୁଦିନ ପାଇଁ ଅଛି । ଯଦି ଆପଣ ନବରାତ୍ରୀରେ କଣ କରିବେ ଜାଣନ୍ତି ନାହିଁ, ତେବେ ଆପଣ ମାତାଙ୍କୁ ପୂଜା କରନ୍ତୁ ଏବଂ ଆଶୀର୍ବାଦ ନିଅନ୍ତୁ ।

ପ୍ରକାଶ ଥାଉ ଯେ, ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ତେଜସ୍ ସୁଟିଂରେ ବ୍ୟସ୍ତ ଅଛନ୍ତି, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ସବେଶ ମେୱାଡା । କୋଭିଡ ମାମଲା ବଢୁଥିବା ଦେଖି କଙ୍ଗନାଙ୍କ ଚଳଚ୍ଚିତ୍ର ଥଲାଇଭିର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି । ଏହି ଚଳଚ୍ଚିତ୍ରଟି 23 ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.