ମୁମ୍ବାଇ: ଦୀପାବଳି ଅବସରରେ ବି-ଟାଉନ ସେଲିବ୍ରିଟି ପାର୍ଟି କରିବାରେ ବ୍ୟସ୍ତ ନଜର ଆସୁଛନ୍ତି । ଯେଉଁଠାରେ ନିର୍ମାତା ରାକେଶ ତୋରାନୀଙ୍କ ଘରେ ଦୀପାବଳି ପାର୍ଟିର ଆୟୋଜନ ହୋଇଥିଲା । ସେହିଠାରେ ଏବେ ବି-ଟାଉନ କୁଇନ କଙ୍ଗନା ରଣାୱତଙ୍କ ପାର୍ଟି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଥଲାଇଭି’ର ସୁଟିଂ ପାଇଁ ଲସ ଆଞ୍ଜଲେସରେ ଅଛନ୍ତି କଙ୍ଗନା। ଏହି ଫିଲ୍ମରେ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ସୁଟିଂରୁ ଫୁରସତ ପାଇଁ କଙ୍ଗନା ଫିଲ୍ମ ଟିମ ସହ ଦୀପାବଳି ପାର୍ଟିରେ ନଜର ଆସିଛନ୍ତି ।
ଶୁକ୍ରବାର କଙ୍ଗନା ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଫଟୋରେ କଙ୍ଗନା ନିଜ ଭଉଣୀ ରଙ୍ଗୋଲୀ ଓ ‘ଥଲାଇଭି’ ଟିମ ସହ ଡିନରର ମଜା ନେଉଥିବାର ନଜର ଆସୁଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘କଙ୍ଗନାଙ୍କ ପାଇଁ ଦୀପାବଳି ଜଲଦି ଆସିଯାଇଛି । ସେ ଲସ ଆଞ୍ଜଲେସରେ ଥଲାଇଭିର ପ୍ରସ୍ତୁତି କରୁଛନ୍ତି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ‘ଥଲାଇଭି’ ଏବଂ ହିନ୍ଦୀ ‘ଜୟା’ର ନିର୍ଦ୍ଦେଶନା ସାଉଥର ଫେମସ ନିର୍ଦ୍ଦେଶକ ଏ.ଏଲ ବିଜୟ କରୁଛନ୍ତି । ‘ବାହୁବଳୀ’ ଓ ‘ମଣିକର୍ଣ୍ଣିକା’ ଫେମ ଲେଖକ କେ.ବି ବିଜୟେନ୍ଦ୍ର ପ୍ରସାଦ ଦ୍ବାରା ଫିଲ୍ମର କାହାଣୀ ଲେଖାଯାଇଛି ।