ETV Bharat / sitara

ବାନ୍ଦ୍ରା ପୋଲିସ ଷ୍ଟେସନରେ ଭଉଣୀଙ୍କ ସହ ହାଜର ହେଲେ କଙ୍ଗନା - କଙ୍ଗନାଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ମାମଲା

ଦେଶରେ ନିଜ ବିବାଦୀୟ ଟ୍ବିଟ ଜରିଆରେ ଘୃଣା ବିସ୍ତାର କରୁଥିବା ଅଭିଯୋଗ ଗତ ବର୍ଷରୁ କଙ୍ଗନାଙ୍କ ଉପରେ ଲାଗିଥିଲା । ପୋଲିସ ତିନିଥର ସମନ ପରେ ଶୁକ୍ରବାର ହାଜର ହୋଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Jan 8, 2021, 2:25 PM IST

ମୁମ୍ବାଇ: ଗତ ବର୍ଷ କଙ୍ଗନା ରଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଲାଗିଥିଲା । ଯେଉଁ ମାମଲାରେ ଦୁଇ ଭଉଣୀ ଆଜି(ଶୁକ୍ରବାର) ବୟାନ ରେକର୍ଡ କରିବାକୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। କଙ୍ଗନା ଏବଂ ତାଙ୍କ ଭଉଣୀଙ୍କୁ ମୁମ୍ବାଇ ପୋଲିସ ଅନେକ ଥର ଡକାଇଥିଲା ସବୁବେଳେ ହାଜର ହେବାକୁ ମନା କରିଦେଇଥିବା କଙ୍ଗନା । ହେଲେ ପରିଶେଷରେ ପୋଲିସଙ୍କ ସାମ୍ନା କରିଛନ୍ତି ଦୁଇ ଭଉଣୀ।

  • Mumbai: Actor Kangana Ranaut and her sister Rangoli appear before Bandra Police to record their statements, in connection with a sedition case pic.twitter.com/ACkLgBXARA

    — ANI (@ANI) January 8, 2021 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ କଙ୍ଗନାଙ୍କ ବିରୋଧରେ ବିବାଦୀୟ ଟ୍ବିଟ କରି ସମାଜରେ ଘୃଣା ବିସ୍ତାର କରୁଥିବା ପାଇଁ ଏକ ଏଫଆଇଆର ରୁଜୁ କରାଯାଇଥିଲା । ହେଲେ ପୋଲିସ ତରଫରୁ ତିନିଥର ସମନ ପାଇବା ପରେ ଅନେକ ବାହାନା କରି ବୟାନ ଦେବାକୁ ପହଞ୍ଚିନଥିଲେ ଅଭିନେତ୍ରୀ ।

ବମ୍ବେ ହାଇକୋର୍ଟ କଙ୍ଗନାଙ୍କ ବିରୋଧରେ ଏଫଆଇଆର ରଦ୍ଦ କରିବାକୁ ମନା କରିଦେଇଥିଲେ। ଏହା ସହିତ କଙ୍ଗନାଙ୍କୁ ଗିରଫ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏକାସାଙ୍ଗରେ, କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ 8 ଜାନୁଆରୀ ଦିନ ଦ୍ବିପ୍ରହରରୁ 2 ଟା ମଧ୍ୟରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶୁଣାଣି ସମୟରେ ହାଇକୋର୍ଟ କଙ୍ଗନା ଉପରେ ଦେଶଦ୍ରୋହ ଧାରା ଲଗାଇବାକୁ ନେଇ ପୋଲିସକୁ ତାଗିଦ କରିଥିଲେ। ଆଉ କୋର୍ଟ ପଚାରିଥିଲେ, ‘ସରକାରଙ୍କ ଅନୁଯାୟୀ ଯାହା କରାଯିବ ନାହିଁ, ତାହା ଉପରେ ଦେଶଦ୍ରୋହର ଧାରା ଲାଗୁ ହେବ କି ?’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.