ETV Bharat / sitara

ଥଲାଇଭି ପାଇଁ ୨୦ କିଲୋ ଓଜନ ବଢାଇଥିଲେ କଙ୍ଗନା, ରହିଗଲା ଷ୍ଟ୍ରେଚମାର୍କ

କଙ୍ଗନା ଥଲାଇଭି ପାଇଁ ୨୦ କିଲୋଗ୍ରାମ ଓଜନ ବଢାଇଥିଲେ । ତେବେ ଏ ସମ୍ପର୍କରେ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 26, 2021, 6:26 PM IST

'Thalaivii' ପାଇଁ ୨୦ କିଲୋ ଓଜନ ବଢାଇଥିଲେ କଙ୍ଗନା, ରହିଗଲା ପର୍ମାନେଣ୍ଟ ଷ୍ଟ୍ରେଚମାର୍କ

ମୁମ୍ବାଇ: ଗତ କିଛି ଦିନ ତଳେ ରିଲିଜ ହୋଇଥିବା କଙ୍ଗନା ବହୁପ୍ରତିକ୍ଷିତ ଫିଲ୍ମ 'ଥଲାଇଭି' ରିଲିଜ ହୋଇଛି । ଏଥିରେ ସେ ରାଜନେତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଦର୍ଶକ ଏଥିରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିବା ବେଳେ ଫିଲ୍ମ ପାଇଁ ବହୁ ପରିଶ୍ରମ କରିଛନ୍ତି କଙ୍ଗନା । ସେ ଫିଲ୍ମ ପାଇଁ ୨୦ କିଲୋ ଓଜନ ବଢାଇଥିବା ବେଳେ ତାଙ୍କର ସବୁଦିନ ପାଇଁ ଷ୍ଟ୍ରେଚମାର୍କ ରହିଯାଇଥିବା ସେ କହିଛନ୍ତି ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଦମଦାର ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତେବେ ଏହି ଫିଲ୍ମର ଭୂମିକା ପାଇଁ କଙ୍ଗନାଙ୍କୁ ୨୦ କିଲୋ ଓଜନ ବଢାଇବାକୁ ପଡିଥିଲା । ଯେଉଁଥିରେ ତାଙ୍କ ଶରୀରରେ ସବୁଦିନ ଲାଗି ଷ୍ଟ୍ରେଚମାର୍କ ରହିଯାଇଥିବା ସେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । କଙ୍ଗନା ଇନଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କଙ୍ଗନା ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି । ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ତାଙ୍କ ମନ୍ତବ୍ୟ ପାଇଁ ଅନେକ ସମୟରେ ସେ ବିବାଦରେ ଫସିଛନ୍ତି ମଧ୍ୟ । ଏଥିଲାଗି ବଲିଉଡ଼ର କଣ୍ଟ୍ରୋଭର୍ସି କ୍ବିନ ଭାବରେ ସେ ବେଶ ପରିଚିତ । ତେବେ ସେ ଓଜନ ବଢାଇବାର ଫଟୋ ଓ ସ୍ଲିମ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.