ନୂଆଦିଲ୍ଲୀ: ବୁଧବାର (2 ଡିସେମ୍ବରରେ) କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ତାଙ୍କ ଭଉଣୀ କଙ୍ଗନା ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ରଙ୍ଗୋଲିଙ୍କ ଜନ୍ମଦିନରେ କଙ୍ଗନା ତାଙ୍କ ଭଉଣୀକୁ ଏକ ଗୋଲାପୀ ରିବନରେ ସଜାଯାଇଥିବା ଏକ ସୁନ୍ଦର କୁକୁର ଛୁଆ ଉପହାରରେ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
କଙ୍ଗନା ବୁଧବାର ଏହି ସୁନ୍ଦର ଫଟୋଗୁଡ଼ିକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ପପିଙ୍କ ସହ ଫଟୋ ଉଠାଇବା ସମୟରେ କଙ୍ଗନା ଏବଂ ରଙ୍ଗୋଲି ବହୁତ ଖୁସି ଦେଖାଯାଉଛନ୍ତି ।
କଙ୍ଗନା ଏହି ଫଟୋଗୁଡ଼ିକୁ ନିଜ ଟ୍ବିଟରରେ ସେୟାର କରି ରଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ମୋର ଏକମାତ୍ର ଭଉଣୀକୁ ଜନ୍ମଦିନର ଶୁଭେଚ୍ଛା । ରଙ୍ଗୋଲି ସର୍ବଦା ଖୁସି ଏବଂ ଚୁଲବୁଲୀ ରୁହନ୍ତି, ତେବେ ଆମ ପରିବାରରେ ଆଉ ଜଣେ ଅତିଥି ଆସିଛନ୍ତି । ବନ୍ଧୁଗଣ, ଗପୁ ଚାନ୍ଦେଲଙ୍କୁ ଭେଟନ୍ତୁ" ।
ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ସେୟାର କରି ରଙ୍ଗୋଲି ଲେଖିଛନ୍ତି ଯେ, ମୁଁ ସବୁବେଳେ ଏକ କୁକୁର ଛୁଆ ଚାହୁଁଥିଲି କିନ୍ତୁ କେବଳ ତୁମ ଠାରୁ, କାରଣ ମୋ ଜୀବନରେ ଘଟିଥିବା ସମସ୍ତ ସୁନ୍ଦର ଘଟଣା ତୁମ ମାଧ୍ୟମରେ ଆସିଛି । ଏପରି ସୁନ୍ଦର ଜନ୍ମଦିନ ଉପହାର ପାଇଁ ଧନ୍ୟବାଦ" ।