ETV Bharat / sitara

ଭାଇଙ୍କୁ ନେଇ ଇମୋଶନାଲ ଜୁହୀ, ଶୁଣାଇଲେ ଦୁଃଖଭରା କାହାଣୀ

author img

By

Published : Mar 17, 2020, 10:02 AM IST

ଜୀବନରେ ଅନେକ ଶାନଦାର ସମୟ ଦେଖିବା ସହ କଷ୍ଟଭରା ସମୟ ମଧ୍ୟ ଦେଖିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜୁହୀ ଚାୱଲା । ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଥିଲେ ସେ ।

juhi chawla
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: 90 ଦଶକର ଫେମସ ଅଭିନେତ୍ରୀ ଜୁହୀ ଚାୱଲାଙ୍କ ଦିୱାନା ଆଜି ମଧ୍ୟ । ସେ ଅନେକ ସୁପରଷ୍ଟାରଙ୍କ ସହ କାମ କରିସାରିଛନ୍ତି । ସେ ସବୁବେଳେ ନିଜ ପର୍ସନାଲ ଲାଇଫକୁ ପ୍ରଫେଶନାଲ ଲାଇଫଠୁ ଅଲଗା ରଖିଥାଆନ୍ତି। ହେଲେ ନିକଟରେ ସେ ନିଜ ଭାଇ ବବି ଚାୱଲାଙ୍କ ବିଷୟରେ କଥା ହୋଇଥିଲେ ଭାବୁକ ନଜର ଆସିଥିଲେ। ଯାହାଙ୍କ ମୃତ୍ୟୁ 2014ରେ ହୋଇଥିଲା । 2010ରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା । ଯାହାପରଠୁ ସେ କୋମାରେ ଥିଲେ । ଏହାର ଚାରି ବର୍ଷ ପରେ ସେ ଦୁନିଆ ଛାଡି ଚାଲିଯାଇଥିଲେ।

ବବି ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜ ଏଣ୍ଟରଟେନମେଣ୍ଟରେ ସିଇଓ ଥିଲେ ଆଉ ତାଙ୍କ ଭଲ ବନ୍ଧୁ ମଧ୍ୟ । ଏକ ସାକ୍ଷାତକାରରେ ଭାଇ ବିଷୟରେ କଥା ହୋଇ ଜୁହୀ କହିଥିଲେ ଯେ ଦୀର୍ଘ ଚାରି ବର୍ଷ ପର୍ଯ୍ୟନ୍ତ ତାଙ୍କ ଭାଇ ମେଡିକାଲରେ ଥିଲେ । ସେ ଥର ମଧ୍ୟ ଘରକୁ ଆସିନଥିଲେ । ସେ ଅଧିକାଂଶ ସମୟ ଆଇସିୟୁରେ ବିତାଇଥିଲେ । ସେ ତାଙ୍କ ବଡ ଭାଇ ଥିଲେ । ଆଉ ଘରର ଗୋଟିଏ ପୁଅ ମଧ୍ୟ । ମା-ବାପାଙ୍କ ଯିବା ପରେ ଆପଣ ଆଶା କରୁଥିବେ ଯେ ଭାଇ ସବୁବେଳେ ଆପଣଙ୍କ ସାଥୀରେ ରହିବେ । ହେଲେ ସେ ବି ତାଙ୍କୁ ଛାଡି ଚାଲିଯାଇଛନ୍ତି।

ତାଙ୍କ ସହ ଯାହା ଘଟିଲା ସେ କେବେ ମଧ୍ୟ ଭାବିନଥିଲେ । ଲୋକ ତାଙ୍କୁ ଯେତେବେଳେ ପ୍ରଶ୍ନ କରନ୍ତି ଆପଣ ଏତେ ସିମ୍ପଲ କେମିତ । ଏହାରର ଜବାବରେ ସେ ସବୁବେଳେ ଗୋଟିଏ କଥା କୁହନ୍ତି ସେ ଜୀବନରେ ଅନେକ ଶାନଦାର ସମୟ ଦେଖିବା ସହ କଷ୍ଟଭରା ସମୟ ମଧ୍ୟ ଦେଖିଛନ୍ତି ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.