ETV Bharat / sitara

କେରଳ ରାଜନୀତିକୁ ନେଇ ଜନଙ୍କ ବଡ ବୟାନ

ପ୍ରଥମଥର ରାଜନୈତିକ ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ଜନ ଅବ୍ରାହମ । କେରଳରେ କାହିଁକି କେବେ ମୋଦି ଲହରି ସୃଷ୍ଟି ହୋଇନାହିଁ, ସେ ନେଇ ଜନ ବଡ ବୟାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
author img

By

Published : Sep 28, 2019, 10:56 PM IST

ମୁମ୍ବାଇ: ଆକ୍ସନ ଅଭିନେତା ଜନ ଅବ୍ରାହମ ନିଜ କାମ ଛଡା କେବେ ମଧ୍ୟ କୌଣସି ପ୍ରସଙ୍ଗରେ ମୁଣ୍ଡ ଖେଳାନ୍ତି ନାହିଁ । ପ୍ରଥମଥର ଏମିତି ହୋଇଛି ଯେବେ ସେ ରାଜନୀତି ଉପରେ ବୟାନ ଦେଇ ଚର୍ଚ୍ଚାରେ । ତାଙ୍କର ରାଜନୈତିକ ବୟାନ ଉପରେ ଆଶ୍ଚର୍ଯ୍ୟ ଫ୍ୟାନ୍ସ ।

ନିକଟରେ ଏକ ବହି ଲଞ୍ଚିଂ ଇଭେଣ୍ଟରେ ଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ ବୟାନ ଦେଇଥିଲେ । କେରଳରେ ଏଯାବତ ମୋଦିଙ୍କ ଲୋକପ୍ରିୟତା କାହିଁକି ବୃଦ୍ଧି ହୋଇନାହିଁ, ସେ ନେଇ କହିଥିଲେ ଜନ ।

କେରଳ ବାସିନ୍ଦା ଜନଙ୍କୁ ଇଭେଣ୍ଟରେ ପ୍ରଶ୍ନ କରିଥିଲେ କାହିଁକି ଏପର୍ଯ୍ୟନ୍ତ ତାଙ୍କ ରାଜ୍ୟରେ ମୋଦି ଲହରି ସୃଷ୍ଟି ହୋଇନାହିଁ । ଏହାର ଜବାବରେ ଜନ କହିଥିଲେ, କେରଳରେ ସଭିଏଁ ଶାନ୍ତିରେ ଏକାଠି ରହୁଛନ୍ତି । ଦୁନିଆରେ ଅନେକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ କେରଳ ଏମିତି ଏକ ସ୍ଥାନ ଯେଉଁଠାରେ ସବୁ ଧର୍ମ ଏବଂ ସମୂଦାୟ ଶାନ୍ତିରେ ବାସ କରୁଛନ୍ତି । ତେଣୁ ହୁଏତ ଏହି କାରଣ ପାଇଁ କେରଳରେ ଏଯାବତ ପ୍ରଭାବ ଅନୁଭୂତ ହୋଇନାହିଁ ।

ଏହାବ୍ୟତୀତ ଜନ କେରଳର ରାଜନୀତି ଉପରେ ମଧ୍ୟ ଅନେକ କଥା ଆଲୋଚନା କରିଥିଲେ । ପ୍ରକାଶ ଥାଉକି ଗତ ଲୋକସଭା ନିର୍ବାଚନରେ ବିଜେପି କେରଳରେ ଗୋଟିଏ ବି ଆସନ ଜିତିନଥିଲା । ଅନ୍ୟପଟେ ଏହି ନିର୍ବାଚନରେ ୟୁଡିଏଫ 20ଟି ସିଟରୁ 19 ସିଟ ଜିତି ବିଜୟ ହାସିଲ କରିଥିଲା । ସବୁଠାରୁ ବଡ କଥା ହେଲା କି କେରଳରେ କେବେ ମଧ୍ୟ ଭାଜପା ଶାସନରେ ରହିନାହିଁ ।

Intro:Body:

dfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.