ETV Bharat / sitara

ଆମ୍ମାଙ୍କ ୱେବସିରିଜକୁ ନେଇ ଆପତ୍ତି ଜଣାଇଲେ ଭଣଜା - QUEEN

ଜୟଲଳିତାଙ୍କ ୱେବସିରିଜକୁ ନେଇ ବିବାଦ । ଆମ୍ମାଙ୍କ ଭଣଜା ଆଣିଲେ ଆପତ୍ତି । ହୋଇପାରେ ମାନହାନୀ ମକବ୍ଦମା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 23, 2019, 12:13 PM IST

ହାଇଦ୍ରାବାଦ: ନିର୍ଦ୍ଦେଶକ ଗୌତମ ମେନନ ଖୁବ ଶୀଘ୍ର ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ନିର୍ମାଣ କରିବେ ୱେବ ସିରିଜ । ‘କ୍ବିନ’ ନାମ ଥିବା ଏହି ୱେବସିରିଜକୁ ନେଇ ବିବାଦ ଦେଖାଦେଇଛି । ଆମ୍ମାଙ୍କ ଭଣଜା ଦୀପକ ଜୟ କୁମାର ଆପତ୍ତି ପ୍ରକାଶ କରିଛନ୍ତି । ଏହାକୁ ନେଇ ଏକ ବୟାନ ମଧ୍ୟ ଜାରି କରିଛନ୍ତି ।

ବୟାନ ଅନୁଯାୟୀ, ୱେବ ସିରିଜ କରିବା ପୂର୍ବରୁ ଜୟଲଳିତାଙ୍କ ପରିବାରଠାରୁ ଅନୁମତି ନିଆଯାଇନାହିଁ । ଅନ୍ୟପକ୍ଷେ ଜୟଲଳିତାଙ୍କ ଉପରେ ନିର୍ମାଣ କରାଯାଉଥିବା ମେନଷ୍ଟ୍ରିମ୍ ଫିଲ୍ମ ‘ଥଲାଇବା’କୁ ଅନୁମତି ନିଆଯାଇଥିବାବେଳେ ୱେବସିରିଜ ପାଇଁ ଅନୁମତି ନିଆଯାଇନାହିଁ । ତେବେ ‘ଥଲାଇବା’ ଏ ଏଲ୍ ବିଜୟ ନିର୍ମାଣ କରିବେ ।

ଜୟଲଳିତା ଜଣେ ରାଜନୀତିକ ଚେହେରା ଓ ତାଙ୍କର ରାଜନୀତି ବିଷୟରେ ସମସ୍ତଙ୍କୁ ଜଣା, ଏହାକୁ ନେଇ ଫିଲ୍ମ କରିଥିଲେ ମୋର କୌଣସି ଆପତ୍ତି ନାହିଁ କିନ୍ତୁ ବିନା ଅନୁମତିରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଚିତ୍ରଣ କରିବା ଆଦୌ ସହ୍ୟ ନୁହେଁ ବୋଲି କହିଥିଲେ ଦୀପକ ଜୟ କୁମାର ।

Intro:Body:

zsdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.