ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ପରେ ଏବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସମର୍ଥନ ବାହାରିଛନ୍ତି ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର । ସେ କହିଛନ୍ତି କି କଶ୍ମୀରରେ ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିରେ ପ୍ରିୟଙ୍କା ଜଣେ ଭାରତୀୟ ନାଗରିକ ଭାବେ ନିଜ ବିଚାର ରଖିଛନ୍ତି । ତେଣୁ ତାଙ୍କ ଆଲୋଚନା କରିବା ଖରାପ କଥା ।
ଅନ୍ୟପଟେ ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ଅନେକ ଦେଶକୁ ଭାରତ ବିରୋଧରେ ସାହାଯ୍ୟ ମାଗି ଅସଫଳ ହେବା ପରେ ପ୍ରିୟଙ୍କା ଚୋପ୍ରାଙ୍କୁ ଟାର୍ଗେଟ କରିଥିଲେ । ଆଉ ତାଙ୍କୁ ୟୁଏନର ଗୁଡୱିଲ ଆମ୍ବାସଡର ପଦରୁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ । ଏହି ମାମଲା ଉପରେ ଟିପ୍ପଣୀ କରି ନିଜ ପ୍ରତିକ୍ରିୟା ରଖିଥିଲେ ଜାଭେଦ ।
ବୁଧବାର ରାତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜାଭେଦ କହିଥିଲେ କି ଯଦି ତାଙ୍କ ଟିପ୍ପଣୀ ପାକିସ୍ତାନ ପ୍ରତିଷ୍ଠାନକୁ ଅସନ୍ତୋଷ କରିଛନ୍ତି ତେବେ ପାକିସ୍ତାନ ଯାହା ଚାହୁଁଛି ତାହା କରୁ । ପ୍ରକାଶ ଥାଉକି ଭାରତୀୟ ଏୟାରଷ୍ଟ୍ରାଇକ ବିଷୟରେ ପ୍ରତିକ୍ରିୟା ରଖି ଫଶିଥିଲେ ପ୍ରିୟଙ୍କା । ଯାହାପରେ ତାଙ୍କୁ ପାକିସ୍ତାନର ମାନବସମ୍ବଳ ମନ୍ତ୍ରୀ ଟାର୍ଗେଟ କରି ସଂଯୁକ୍ତ ରାଷ୍ଟ୍ରର ଶାନ୍ତି ଦୂତ ପଦରୁ ହଟାଇବାକୁ ଦାବି କରି ୟୁଏନକୁ ଚିଠି ଲେଖିଥିଲେ ।