ETV Bharat / sitara

'ମୋଦି' ପୋଷ୍ଟରରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ଜାଭେଦ

ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର ମୋଦି ପୋଷ୍ଟରରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି କଥାର ସୂଚନା ସେ ଇନଷ୍ଟାଗ୍ରାମ ଜରିଆରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇଷ୍ଟାଗ୍ରାମ@ଜାଭେଦ ଅଖତର
author img

By

Published : Mar 22, 2019, 11:34 PM IST

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ରିଲିଜ ହେବାକୁ ଯାଉଛନ୍ତି ବହୁ ଚର୍ଚ୍ଚିତ ବାୟୋପିକ ପିଏମ ନରେନ୍ଦ୍ର ମୋଦି । ଫିଲ୍ମରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ବିବେକ ଓବରାୟ । ଏହି ବାୟୋପିକ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ, ତିନି ମାସ ପୂର୍ବରୁ ଘୋଷଣା ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇଥିବାରୁଏହାକୁ ନେଇ ଆଶ୍ଚର୍ଯ୍ୟ ଦର୍ଶକ । ଇତିମଧ୍ୟରେ ବିଶିଷ୍ଟ ସଙ୍ଗୀତକାର ଜାଭେଦ ଅଖତର ଟ୍ବିଟ ଜରିଆରେ ଦର୍ଶକଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି ।

ସେ ଟ୍ବିଟରେ ଲେଖିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ଅଛି କି ଫିଲ୍ମର ପୋଷ୍ଟରରେ ଏବଂ ଟ୍ରେଲରରେ ମୋ ନାମ ଲେଖାଯାଇଛି । ଅନ୍ୟପଟେ ମୁଁ ଏହି ଫିଲ୍ମ ପାଇଁ କୌଣସି ଗୀତ ଲେଖିନାହିଁ ।" ସେ ଟ୍ରେଲର ଶେଷ ଭାଗର ଏକ ପୋଷ୍ଟର ସେୟାର ମଧ୍ୟ କରିଛନ୍ତି । ଯେଉଁଥିରେ ତାଙ୍କ ନାମ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।

ଏଯାବତ ଫିଲ୍ମରେ ସମ୍ପୃକ୍ତ ଥିବା କୌଣସି ମଧ୍ୟ ଗୀତ ଲଞ୍ଚ କରାଯାଇନାହିଁ । ନିର୍ଦ୍ଦେଶକ ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ବାୟୋପିକର ଟ୍ରେଲର ହୋଲି ଦିନ ରିଲିଜ ହୋଇଥିଲା । ଫିଲ୍ମଟି ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଫିଲ୍ମଟି ଏପ୍ରିଲ 12ରେ ରିଲିଜ ହେବାର ଥିଲା । ଜଣାଇ ଦେଉଛୁ ଯେ ଏପ୍ରିଲ 11ରୁ ପୁରା ଦେଶରେ 17ତମ ଲୋକସଭା ନିର୍ବାଚନ ଆରମ୍ଭ ହେବା ଥିବାରୁ ଫିଲ୍ମ ମେକର୍ସ ଏହାର ରିଲିଜ ତାରିଖ ପରିବର୍ତ୍ତନ କରିଛନ୍ତି ।

Intro:Body:

Filmmaker Karan Johar, who has been slammed by social media users for liking a tweet which trolled superstar Shah Rukh Khan, on Friday apologized saying that there is a technical issue and he will personally never acknowledge such comments.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.