ETV Bharat / sitara

ରାକ୍ଷୀ ପୂର୍ଣ୍ଣିମା ଫଟୋ ଉପରେ ଟ୍ରୋଲ ହେଲେ ଜାଭେଦ, ଦେଲେ କଡା ଜବାବ

author img

By

Published : Aug 8, 2020, 8:28 PM IST

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ସୁନ୍ଦର ଟ୍ରାଡିଶନ କହି ଟ୍ରୋଲର୍ସଙ୍କ ମୁହଁ ବନ୍ଦ କଲେ ଜାଭେଦ। ନିକଟରେ ସେୟାର କରିଥିବା ଫଟୋ ପାଇଁ ହୋଇଥିଲେ ଟ୍ରୋଲ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର

ମୁମ୍ବାଇ: ସେଲିବ୍ରିଟି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି। ସେପଟେ ଫ୍ୟାନ୍ସ ମଧ୍ୟ ସେଲିବ୍ରିଟିଙ୍କ ଟିକିନିକି ଖବର ଜାଣିବା ପାଇଁ ସୋସିଆଲ ମିଡିଆରେ ଫଲୋ କରନ୍ତି । ହେଲେ ଅନେକଥର ଟ୍ରେଲର୍ସଙ୍କ ଶିକାରରେ ଆସନ୍ତି ଏହି ଷ୍ଟାର୍ସ। ଏମିତି କିଛି ଦେଖିବାକୁ ମିଳିଛି ଫେମସ ସଙ୍ଗୀତାକର ଜାଭେଦ ଅଖତରଙ୍କ ସୋସିଆଲ ମିଡିଆରେ । କିନ୍ତୁ ଜାଭେଦ ମଧ୍ୟ ଜଣାଇ ଦେଇଛନ୍ତି ତାଙ୍କୁ ଟ୍ରୋଲ କରିବା ଏତେ ସହଜ କଥା ନୁହେଁ ।

ନିକଟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜାଭେଦ ପୁଅ, ଅଭିନେତା ଫରାହନ ଅଖତର ଓ ଝିଅ ନିର୍ମାତା ଜୋୟା ଅଖତରଙ୍କ ଫଟୋ ସେୟାର କରିଥିଲେ । ଯେଉଁଥିରେ ଫରହାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିବାର ନଜର ଆସୁଥିଲେ ଜୋୟା ।

Farhan , Zoya and a Rakhi pic.twitter.com/HQmX828SkQ

— Javed Akhtar (@Javedakhtarjadu) August 7, 2020 ">

ସେହିପରି ଫଟୋର କ୍ୟାପସନରେ ସେ ଲେଖିଥିଲେ, ‘ଫରହାନ, ଜୋୟା ଓ ରାକ୍ଷୀ।’ ଏହି ଫଟୋକୁ ଆଧାର କରି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର ଫଟୋରେ କମେଣ୍ଟ କରି ଲେଖିଥିଲେ, ‘ହେଲେ ଆପଣଙ୍କ ପରିବାର ତ ପୁରା ନାସ୍ତିକ। ତେବେ ବିଶ୍ବାସ କେଉଁଠୁ ଆସିଲା ରାକ୍ଷୀ ବାନ୍ଧିବା ପରେ ଭାଇ ନିଜ ଭଉଣୀଙ୍କ ରକ୍ଷା କରନ୍ତି । ଏହା ହିନ୍ଦୁ ଧାର୍ମିକ କଥା ।’

ୟୁଜରଙ୍କ ଏପରି ପ୍ରଶ୍ନରେ କ୍ରୋଧିତ ହୋଇ ଜାଭେଦ ପ୍ରତି ଉତ୍ତର ଦେଇ ଲେଖିଲେ, ‘ଆମ ପାଇଁ ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ଏକ ସୁନ୍ଦର ଟ୍ରାଡିଶନ।’ ଦେଖନ୍ତୁ ଫଟୋ...

ମୁମ୍ବାଇ: ସେଲିବ୍ରିଟି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି। ସେପଟେ ଫ୍ୟାନ୍ସ ମଧ୍ୟ ସେଲିବ୍ରିଟିଙ୍କ ଟିକିନିକି ଖବର ଜାଣିବା ପାଇଁ ସୋସିଆଲ ମିଡିଆରେ ଫଲୋ କରନ୍ତି । ହେଲେ ଅନେକଥର ଟ୍ରେଲର୍ସଙ୍କ ଶିକାରରେ ଆସନ୍ତି ଏହି ଷ୍ଟାର୍ସ। ଏମିତି କିଛି ଦେଖିବାକୁ ମିଳିଛି ଫେମସ ସଙ୍ଗୀତାକର ଜାଭେଦ ଅଖତରଙ୍କ ସୋସିଆଲ ମିଡିଆରେ । କିନ୍ତୁ ଜାଭେଦ ମଧ୍ୟ ଜଣାଇ ଦେଇଛନ୍ତି ତାଙ୍କୁ ଟ୍ରୋଲ କରିବା ଏତେ ସହଜ କଥା ନୁହେଁ ।

ନିକଟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜାଭେଦ ପୁଅ, ଅଭିନେତା ଫରାହନ ଅଖତର ଓ ଝିଅ ନିର୍ମାତା ଜୋୟା ଅଖତରଙ୍କ ଫଟୋ ସେୟାର କରିଥିଲେ । ଯେଉଁଥିରେ ଫରହାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିବାର ନଜର ଆସୁଥିଲେ ଜୋୟା ।

ସେହିପରି ଫଟୋର କ୍ୟାପସନରେ ସେ ଲେଖିଥିଲେ, ‘ଫରହାନ, ଜୋୟା ଓ ରାକ୍ଷୀ।’ ଏହି ଫଟୋକୁ ଆଧାର କରି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର ଫଟୋରେ କମେଣ୍ଟ କରି ଲେଖିଥିଲେ, ‘ହେଲେ ଆପଣଙ୍କ ପରିବାର ତ ପୁରା ନାସ୍ତିକ। ତେବେ ବିଶ୍ବାସ କେଉଁଠୁ ଆସିଲା ରାକ୍ଷୀ ବାନ୍ଧିବା ପରେ ଭାଇ ନିଜ ଭଉଣୀଙ୍କ ରକ୍ଷା କରନ୍ତି । ଏହା ହିନ୍ଦୁ ଧାର୍ମିକ କଥା ।’

ୟୁଜରଙ୍କ ଏପରି ପ୍ରଶ୍ନରେ କ୍ରୋଧିତ ହୋଇ ଜାଭେଦ ପ୍ରତି ଉତ୍ତର ଦେଇ ଲେଖିଲେ, ‘ଆମ ପାଇଁ ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ଏକ ସୁନ୍ଦର ଟ୍ରାଡିଶନ।’ ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.