ମୁମ୍ବାଇ: ‘ଧଡକ’ ଫିଲ୍ମ ଜରିଆରେ ବଲିଉଡରେ ଦମଦାର ଏଣ୍ଟ୍ରି କରିଥିବା ଶ୍ରୀଦେବୀଙ୍କ ଲାଡଲି ଜାହ୍ନବୀ ଜଲଦି ଏକ ବାୟୋପିକ ଫିଲ୍ମ ନେଇ ପରଦାକୁ ଫେରିବେ । ସେ ଇଣ୍ଡିଆନ ଫାଇଟର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ ସୁଟିଂରେ ଲାଗିପଡିଛନ୍ତି । ଯାହାକୁ ଦେଶ କାରଗିଲ ଗାର୍ଲ ନାମରେ ଜାଣିଛି । କାରଣ ସେ କାରଗିଲ ଯୁଦ୍ଧରେ ସାହସିକତା ସହ ଶତ୍ରୁ ଉପରେ ଆକ୍ରମଣ କରିଥିଲେ । ଆଜି ତାଙ୍କ 44ତମ ଜନ୍ମଦିନ ।
- " class="align-text-top noRightClick twitterSection" data="
">
ଏହି ଅବସରରେ ଜାହ୍ନବୀ ସୋସିଆଲ ମିଡିଆରେ ତାଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆପଣ ମତେ ସାହସିକତାର ସଠିକ୍ ଅର୍ଥ ଶିଖାଇବା ପାଇଁ ଧନ୍ୟବାଦ । କଠିନ ପରିଶ୍ରମ ଏବଂ ଦୃଢତା ସହ କାମ କରିବାର ମହତ୍ବ ଏବଂ ଆମ ଦେଶର ମହିଳାଙ୍କୁ ନୂଆ ମାର୍ଗ ଦେଖାଇଛନ୍ତି । ଆପଣ ଜଣେ ହିରୋ । ଆପଣଙ୍କ କାହାଣୀ ମତେ ମୋ ଉପରେ ବିଶ୍ବାସ କରାଇବାକୁ ଚେଷ୍ଟା କରିଛି । ଆଉ ଆଶା କରୁଛି କି ଆପଣଙ୍କ କାହାଣୀ ଅନ୍ୟ ମାନଙ୍କୁ ମଧ୍ୟ ସାହସ ଯୋଗାଇବ । ’
ପ୍ରକାଶ ଥାଇକି ଫିଲ୍ମ ‘ଗୁଞ୍ଜନ ସକ୍ସେନା’ରେ ଜାହ୍ନବୀଙ୍କ ବ୍ୟତିତ ପଙ୍କଜ ତ୍ରିପାଠୀ, ଅଙ୍ଗଦ ବେଦୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଆସନ୍ତା ବର୍ଷ ମାର୍ଚ୍ଚ 13ରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।