ମୁମ୍ବାଇ: 'ଧଡକ' ଅଭିନେତ୍ରୀ ଜାହ୍ନବୀ କପୁର ଫିଟନେସକୁ ନେଇ ସବୁବେଳେ ଆକ୍ଟିଭ ରୁହନ୍ତି । ପ୍ରାୟତଃ ସେ ଜିମ ଯାଉଥିବାର ନଜର ଆସିଥାଆନ୍ତି । ଅନ୍ୟପଟେ ମିଡିଆକୁ ଦେଖି ସେ ପୋଜ ଦେବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଇତିମଧ୍ୟରେ ପୁଣିଥରେ ଜାହ୍ନବୀ ଜିମ ଯାଉଥିବାର ଦେଖାଯାଇଛନ୍ତି । କିନ୍ତୁ ଏବେ ତାଙ୍କ ଚର୍ଚ୍ଚା ଖୁବ୍ ଚାଲିଛି । କାରଣ ସେ କାରରେ ନୁହେଁ ଚାଲି ଚାଲି ଜିମ ଯାଉଥିବାର ନଜର ଆସୁଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି ।
କଥାଟି ହେଲା କି ଚାଲି ଚାଲି ଜିମ ଯାଉଥିବା ବେଳେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଜିମ ଆଉଟଫିଟରେ ସେ ବହୁତ ସୁନ୍ଦର ଦେଖାଯାଇଥିଲେ ଆଉ ତାଙ୍କ ଆଖପାଖର ଲୋକଙ୍କ ନଜର ତାଙ୍କ ଉପରେ ହଟୁନଥିଲା ।
ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜାହ୍ନବୀ ବ୍ଲାକ ଟପ ଏବଂ ବ୍ଲାକ ସଟ ପ୍ୟାଣ୍ଟରେ ଭିଡିଓରେ ନଜର ଆସୁଛନ୍ତି ।