ETV Bharat / sitara

ଛୋଟ ପରଦାରେ 'ଧଡକ' ରିମେକ - remake

ଖୁବଶୀଘ୍ର ଟେଲି ଜଗତରେ ଦେଖିବାକୁ ମିଳିବ ଜାହ୍ନବୀ ଓ ଈଶାନଙ୍କ ଡେବ୍ୟୁ ଫିଲ୍ମ 'ଧଡକ'ର ରିମେକ । ସବୁ ଭାଷାରେ ତିଆରି ହୋଇସାରିଥିବା ଏହି ଫିଲ୍ମର କାହାଣୀ ଏବେ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
author img

By

Published : Jun 11, 2019, 9:37 PM IST

ମୁମ୍ବାଇ: ଟିଭି ସିରିଜରୁ ଫିଲ୍ମ ଏବଂ ଫିଲ୍ମରୁ ଟିଭି ଶୋ ତିଆରି କରିବାର ପ୍ରକ୍ରିୟା ବହୁ ପୁରୁଣା । ଏହି କ୍ରମରେ ଏବେ ଏକ ନୂଆ ନାମ ସମ୍ପୃକ୍ତ ହୋଇଛି । ଗତ ବର୍ଷ ଯେଉଁ ଫିଲ୍ମ ଜରିଆରେ ବଲିଉଡରେ ଦୁଇ ନୂଆ ଚେହେରା ଈଶାନ ଖଟ୍ଟର ଓ ଜାହ୍ନବୀ କପୁର ସାମିଲ ହୋଇଥିଲେ । ଏବେ ଦୁଇଜଣଙ୍କ ଫିଲ୍ମ 'ଧଡକ'ର କାହାଣୀ ଛୋଟ ପରଦା ଜରିଆରେ ଘରେ ଘରେ ଦେଖିବାକୁ ମିଳିବ ।

ହିନ୍ଦୀରେ 'ଧଡକ' ଟାଇଟଲରେ ଆସିଥିବା ଏହି ଫିଲ୍ମ ମରାଠୀର ସୁପରହିଟ୍ ଫିଲ୍ମ 'ସୈରାତ'ର ରିମେକ ଥିଲା । ସେହିପରି ବଙ୍ଗାଳୀରେ 'ନୁରଜହାଂ', କନ୍ନଡରେ 'ମାନାସୁ ମଲ୍ଲିଗେ', ଓଡ଼ିଆରେ 'ଲୈଲା ଓ ଲୈଲା' ଏବଂ ପଞ୍ଜାବୀରେ 'ଚନ୍ନା ମେରେୟା' ଟାଇଟଲରେ ତିଆରି ହୋଇସାରିଛି । ଏବେ ସମୟ ଟେଲିଭିଜନର ।

ନାଗରାଜ ମଞ୍ଜୁଲେ ନିର୍ଦ୍ଦେଶିତ ଫିଲ୍ମ 'ସୈରାତ' ମରାଠୀ ସିନେମାର ଏଯାବତର ସବୁଠାକୁ ଅଧିକା ଆୟ କରିଥିବା ଫିଲ୍ମ । ଏହି ଫିଲ୍ମ ଜରିଆରେ ରିଙ୍କୁ ରାଜଗୁରୁ ଓ ଆକାଶ ଥୋସାର ନାମଙ୍କ ଦୁଇ ନୂଆ ଚେହେରା ନିଜ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

ଏହାସହ ଫିଲ୍ମଟି 66ତମ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ମଧ୍ୟ ଏହାର ଖୁବ୍ ଚର୍ଚ୍ଚା ହୋଇଥିଲା ଏବଂ ମରାଠୀ ଫିଲ୍ମ ଫେୟାର ଆୱାର୍ଡରେ ଫିଲ୍ମଟି 11ଟି ପୁରସ୍କାର ଜିତି ନୂଆ ରେକର୍ଡ ସୃଷ୍ଟି କରିଥିଲା ।

ପ୍ରକାଶ ଥାଉକି ନାଗରାଜ ଏହି ଫିଲ୍ମଟିକୁ ଜି ଷ୍ଟୁଡିଓ ସହ ମିଶି ତିଆରି କରିଥିଲେ । ଏବେ ଜି ଷ୍ଟୁଡିଓର ଏକ ଚ୍ୟାନେଲ ଏହି ଫିଲ୍ମର ଟେଲିଭିଜନ ସିରିଜ ରୂପେ ଛୋଟ ପରଦାରେ ପ୍ରସାରଣ କରିବାକୁ ଯାଉଛି । ଏହି ଧାରାବାହିକର ଟାଇଟଲ 'ଜାତ ନା ପୁଛୋ ପ୍ରେମ କି' ରଖାଯାଇଛି । ମୁଖ୍ୟ ଭୂମିକାରେ ନଜର ଆସିବେ କିଂଶୁଖ ବୈଧ୍ୟା, ପ୍ରଣାଳୀ ରାଠୌର ଓ ସାଇ ବଲ୍ଲାଲ । ଧାରାବାହିକର ଅଫିସିଆଲ ଲଞ୍ଚିଂ ଆଜି ମୁମ୍ବାଇରେ ରଖାଯାଇଥିଲା ।

Intro:Body:

gggggggss

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.