ETV Bharat / sitara

ପିତାଙ୍କୁ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ ଓ ଅର୍ଜୁନ

ଘୋଷଣା ହୋଇଯାଇଛି ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ମଇଦାନ’ । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇବେ ନିର୍ମାତା ବୋନି କପୁର ।

author img

By

Published : Aug 20, 2019, 1:42 AM IST

ଡିଜାଇନ ଫଟୋ

ମୁମ୍ବାଇ: ତାମିଲ ସୁପରଷ୍ଟାର ଅଜିତଙ୍କ ଫିଲ୍ମ ‘ନେରକୋଣ୍ଡା ପରଭାଈ’ର ପ୍ରଯୋଜନା କରିସାରିବା ପରେ ବି-ଟାଉନର ଫେମସ ନିର୍ମାତା ବୋନି କପୁର ଏବେ ପ୍ରସ୍ତୁତ ହୋଇସାରିଛନ୍ତି ନିଜର ଆଗାମୀ ଫିଲ୍ମ ‘ମଇଦାନ’ର ପ୍ରଯୋଜନା କରିବାକୁ । ଫିଲ୍ମଟି 1952-62 ସମୟରେ ଭାରତୀୟ ଫୁଟବଲ ଟିମ କୋଚ ରହିଥିବା ସୈଦ ଅବଦ୍ଦୁଲ ରହିମଙ୍କ ଉପରେ ଆଧାରିତ । ଯିଏ ଭାରତୀୟ ଫୁଟବଲ ଟିମରେ ସୁବର୍ଣ୍ଣ ଯୁଗ ଆଣିଥିଲେ ।

ସେ ଫିଲ୍ମର ଘୋଷଣା କଲା ପରେ ତାଙ୍କ ପୁଅ ଅର୍ଜୁନ କପୁର ଓ ଝିଅ ଜାହ୍ନବୀ କପୁର ଉତ୍ସାହିତ ହୋଇ ସୋସିଆଲ ମିଡିଆରେ ପିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତ କାଲି ରିଲିଜ ହୋଇଯାଇଥିବା ଏହି ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରି ଜାହ୍ନବୀ ଓ ଅର୍ଜୁନ ପିତାଙ୍କୁ ନେଇ ଗର୍ବିତ ବୋଲି ଲେଖିଛନ୍ତି ।

ଅର୍ଜୁନ ଟ୍ବିଟରେ ଲେଖିଛନ୍ତି, ‘ମୁଁ ତୁମ ଉପରେ ବହୁତ ଗର୍ବିତ । ଅମିତ ଓ ଅଜୟ ସାର ଏହି ଅନଟୋଲ୍ଡ ଷ୍ଟୋରୀ ଗୋଲ୍ଡେନ ଇୟରସ ଅଫ ଫୁଟବଲ ବିଷୟରେ କହିବେ । ଯାହାକୁ ନେଇ ଉତ୍ସାହିତ ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ ଅର୍ଜୁନ କପୁର

ସେହିପରି ଜାହ୍ନବୀ ମଧ୍ୟ ଲେଖିଛନ୍ତି, ‘ବେଷ୍ଟ ଅଫ ଲକ ପାପା’ । ମଇଦାନର ପୋଷ୍ଟର ସେୟାର କରି ନିଜ ଉତ୍ସାହିତ ବିଷୟରେ ଲେଖିଛନ୍ତି ଜାହ୍ନବୀ । ସେ ଭାରତୀୟ ଫୁଟବଲର ସୁବର୍ଣ୍ଣ ଯୁଗ ଦେଖିବାକୁ ଆଉ ଅପେକ୍ଷା କରିପାରୁନାହାଁନ୍ତି ବୋଲି ଜଣାଇଛନ୍ତି । ଅନ୍ୟପଟେ ବୋନି ମଧ୍ୟ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ନିର୍ମାଣ କରିବାକୁ ଉତ୍ସାହିତ ଅଛନ୍ତି ବୋଲି ଲେଖିଛନ୍ତି ।

ପ୍ରକାଶ ଥାଉକି ‘ମଇଦାନ’ ଫିଲ୍ମରେ ବି-ଟାଉନର ସିଂଘମ ଅଜୟ ଦେବଗନ ଫୁଟବଲ କୋଚ ସୈଦ ଅବଦ୍ଦୁଲ ରହିମଙ୍କ ଭୂମିକାରେ ନଜର ଆସିବେ । ଭାରତୀୟ ଫୁଟବଲ ଟିମ 1951ରେ ପ୍ରଥମଥର ଏସିୟାନ ଗେମ୍ସରେ ବିଜୟ ହାସଲ କରିଥିବା କାହାଣୀକୁ ନେଇ ଆଧାରିତ ‘ମଇଦାନ’ ଫିଲ୍ମ ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.