ETV Bharat / sitara

ଛୋଟ ପରଦାରେ ରାମ-ଲକ୍ଷଣଙ୍କ ଯୋଡି, ଭିଡିଓ ଭାଇରାଲ

author img

By

Published : Nov 28, 2019, 8:29 PM IST

ଡାନ୍ସ ପ୍ଲସ 5ର ଏକ ପ୍ରୋମୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଯେଉଁଥିରେ ମିଷ୍ଟର ଝକାସ୍ ଓ ଜ୍ୟାକି ଶ୍ରଫଙ୍କ ମସ୍ତିଭରା ଅନ୍ଦାଜନ ନଜର ଆସୁଛି ।

jackie shroff
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର ଫ୍ୟାନକ୍ଲବ

ମୁମ୍ବାଇ: ପୁଣିଥରେ ଏକାଠି ନଜର ଆସିବେ ବଲିଉଡର ରାମ-ଲକ୍ଷଣ ଯୋଡି । ଆଜ୍ଞା ହଁ, ଛୋଟ ପରଦାର ରିୟାଲିଟି ଶୋ ଡାନ୍ସ ପ୍ଲସ 5ରେ ଏଥର ବଲିଉଡର ଦୁଇ ବିଶିଷ୍ଟ ଅଭିନେତା ଜ୍ୟାକି ଶ୍ରଫ ଓ ଅନିଲ କପୁର ନଜର ଆସିବାକୁ ଯାଉଛନ୍ତି । ଶୋରେ ଦୁଇଜଣଙ୍କ ମସ୍ତିଭରା ଅନ୍ଦାଜ ଦେଖିବାକୁ ପାଇବେ ଦର୍ଶକ । ଏହି ଅବସରରେ ଜ୍ୟାକି, ଅନିଲଙ୍କ ସୁପରହିଟ୍ ଗୀତରେ ମଧ୍ୟ ପରଫର୍ମ କରି ଦର୍ଶକଙ୍କୁ ସରପ୍ରାଇଜ ଦେବେ । ଯାହାର ସୁଟିଂ ନିକଟରେ ଶେଷ କରିଛନ୍ତି ଏହି ଯୋଡି ।

ନିଜ ଡାନ୍ସର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ସେୟାର କରି ଜ୍ୟାକି ଲେଖିଛନ୍ତି, ‘ନିଜ ବନ୍ଧୁ ଅନିଲ କପୁରଙ୍କ ସ୍ପେଶାଲ ଟ୍ରିବ୍ୟୁଟ ଦେଉଥିବାର ମତେ ଦେଖନ୍ତୁ ।’ ଜ୍ୟାକିଙ୍କ ଏହି ପରଫର୍ମରେ ଜଜଠୁ ନେଇ ଦର୍ଶକ ପର୍ଯ୍ୟନ୍ତ ଖୁବ ତାଳି ମାରୁଥିବାର ନଜର ଆସୁଛନ୍ତି । ଡାନ୍ସ ପାଇଁ ଜ୍ୟାକି ପୋଷାକ ମଧ୍ୟ ଅନିଲଙ୍କ ପରି ପିନ୍ଧିଛନ୍ତି ।

ପ୍ରକାଶ ଥାଉକି ଡାନ୍ସ ପ୍ଲସ 5ରେ ଦୁଇ ଅଭିନେତା ସବୁ ଡାସିଂ ଟ୍ୟାଲେଣ୍ଟସ ସହ ସାକ୍ଷାତ କିରବା ସହ ନିଜ ନିଜ ପ୍ରତିଭାର ଭରପୁର ପ୍ରଦର୍ଶନ କରିଛନ୍ତି । ଯାହା ଆଗାମୀ ଏପିସୋଡରେ ଟେଲିକାଷ୍ଟ ହେବ । ଅନିଲ ଓ ଜ୍ୟାକି ଏକାଠି ‘ରାମ ଲକ୍ଷନ’, ‘କରମା’, ‘କଭି ହାଁ କଭି ନା’, ‘ମୁମ୍ବାଇ ସାଗା’, ‘ପରିନ୍ଦା’, ‘ନକ୍ସା’ ଭଳି ସୁପରହିଟ୍ ଫିଲ୍ମରେ ଅଭିୟନ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.