ETV Bharat / sitara

ଈଶାନଙ୍କ ପାଇଁ ଟ୍ରୋଲ ହେଲେ ଦୀପିକା

ଦୀପିକା ପାଦୁକୋନ ମେଟ ଗାଲା ଇଭେଣ୍ଟର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେୟାର ହୋଇଥିବା ଗୋଟିଏ ଫଟୋ ଉପରେ ଅଭିନେତା ଈଶାନ ଖଟ୍ଟର ମଜାଦାର କମେଣ୍ଟ କରି ଚର୍ଚ୍ଚାରେ ଆସିଛନ୍ତି ।

author img

By

Published : May 9, 2019, 4:22 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଲିଉଡରେ ନବାଗତ ଏବଂ ସିନିୟର ଆକ୍ଟର୍ସଙ୍କ ମଧ୍ୟରେ ଥଟ୍ଟାମଜାର ସମ୍ପର୍କ ସବୁବେଳେ ରହିଆସିଛି । ଏମିତି ହିଁ କନେକ୍ସନ ଆଜିକାଲି ବଲିଉଡର ପିଢିରେ ମଧ୍ୟ ଦେଖିବାକୁ ମିଳୁଛି । ମେଟ ଗାଲାରେ ନିଜ ଲୁକର ଜଲୱା ଦେଖାଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ନ୍ୟୁୟର୍କ ଇଭେଣ୍ଟର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ସେହି ଫଟୋ ମଧ୍ୟରୁ ଗୋଟିଏ ଫଟୋରେ 'ଧଡକ' ଅଭିନେତା ଈଶାନ ଖଟ୍ଟର କମେଣ୍ଟ କରି ମଜାକ ଉଡାଇଛନ୍ତି । ଫଟୋକୁ ଆଧାର କରି ସେ ଦୀପିକାଙ୍କୁ ପ୍ରଶ୍ନ କରିଛନ୍ତି କି କଣ ଏହା Chewbacca. ଜଣାଇ ଦେଉଛୁ ଯେ Chewbacca ଫିଲ୍ମ 'ଷ୍ଟାର ୱାର୍ସ'ର ଏକ କ୍ୟାରେକ୍ଟର ।

ଦୀପିକା ଇଭେଣ୍ଟ ପୂର୍ବରୁ ଏକ ହେୟାରଷ୍ଟାଇଲିଂର ଫଟୋ ସେୟାର କରିଥିଲେ । ଫଟୋରେ ତାଙ୍କର ସବୁ କେଶ ମୁହଁ ଉପରେ ପଡିଥିବାରୁ ତାଙ୍କ ଚେହେରା ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଇଶାନ ସୋସିଆଲ ମିଡିଆରେ ଥଟ୍ଟା କରିଛନ୍ତି ।

ଈଶାନଙ୍କ ମଜାକ ପରେ ଏବେ ଫ୍ୟାନ୍ସ ମଧ୍ୟ ଦୀପିକାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.