ETV Bharat / sitara

ପିଲାବେଳ ସ୍ବପ୍ନ ସେୟାର କଲେ ଆମୀରଙ୍କ ଲାଡଲୀ - 23 ବର୍ଷରେ ପାଦ ଥାପିଲେ ଆଇରା ଖାନ

ଭାଇରାଲ ହେଲା ଆଇରାଙ୍କ ନୂଆ ଭିଡିଓ । ଏଥର ସେ ଡିପ୍ରେସନ କଥା ନୁହେଁ ବରଂ ନିଜ ପିଲା ବେଳେ ସ୍ବପ୍ନ ବିଷୟରେ ଜଣାଇ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 21, 2021, 1:18 PM IST

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସନ୍ତି ଆମୀର ଖାନଙ୍କ ଲାଡଲି ଆଇରା ଖାନ । ନିକଟରେ ସେ 23 ବର୍ଷରେ ପାଦ ଥାପିଥିଲେ । ଏହି ଅବସରରେ ସେ ନିଜର ଏକ ଭିଡିଓ ସେୟାର କରି ମନ କଥା ଜଣାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଗତ ବର୍ଷରୁ ସେ ନିଜ ଡିପ୍ରେମସ କଥାକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ହେଲେ ଏଥର ସେ ପିଲା ବେଳର ଇଚ୍ଛା ଏବଂ ସ୍ବପ୍ନ ବିଷୟରେ ଜଣାଇଛନ୍ତି ।

ସେ ଗୁରୁବାର ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଥିଲେ, ‘ମୁଁ ଦୁର୍ନୀତିର ସମାଧାନ କରିବାକୁ ଚାହୁଁଥିଲି । ମୁଁ ଏହିପରି ଚିନ୍ତା କରୁଥିଲି ଯେ ଆମେ ସମସ୍ତ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦଣ୍ଡ ଦେବା । ଯାହାପରେ ଆମେ ଦୁର୍ନୀତିରୁ ମୁକ୍ତି ପାଇପାରିବା। ମୁଁ ବେକାରୀକୁ ସମାପ୍ତ କରିବାକୁ ଚାହୁଁଥିଲି ତେଣୁ ମୁଁ ସମସ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ପାଇଁ କଣ କଲେ ଭଲ ହେବ ତାହା ଜାଣିବାକୁ ଚାହୁଁଥିଲି ଏବଂ ସେମାନଙ୍କୁ ପାଇଁ ବଡ କମ୍ପାନୀ ଖୋଲିଥାଆନ୍ତି। ଯାହା ମୋର ନିଜସ୍ବ କମ୍ପାନୀ ହୋଇଥାଆନ୍ତା । ଯେଉଁଥିରେ ପ୍ରତେକ୍ୟ ଲୋକ ଚାକିରୀ କରି ପାରିଥାଆନ୍ତେ । ଏହାସହ ମୁଁ ପିଲା ବେଳେ ଚିନ୍ତା କରୁଥିଲି ଯେ ଅଧିକ ପଢିବି ଆଉ ଟଙ୍କା ଆୟ sକରିବି । ସେହି ଟଙ୍କାକୁ ଦାନ କରି ଲୋକଙ୍କ ସେବା କରିବି ।’

ଖାଲି ଏତିକି ନୁହେଁ ସେ କୁକୁରଙ୍କୁ ଖାଇବାକୁ ଦେବା ପ୍ରସଙ୍ଗ ଉପରେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସମୟରେ ଅନେକ ଲୋକ ଏକ ଡାଏଟରେ ଅଛନ୍ତି । ଯେଉଁମାନେ ଦିନକୁ 6ଟି ଅଣ୍ଡାର ଧଳା ଅଂଶ ଖାଉଛନ୍ତି, କିନ୍ତୁ ଅଣ୍ଡାର ହଳଦିଆ ଅଂଶ ପିଙ୍ଗି ଦିଅନ୍ତି । ମୁଁ ଚାହୁଁଛି ଆମେ ଅଣ୍ଡାର ହଳଦିଆ ସଂଗ୍ରହ କରି କୁକୁରଙ୍କୁ ଖାଇବାକୁ ଦେବା ଉଚିତ୍ ଯେପରି କୁକୁର ଭୋକିଲା ରହିବେ ନାହିଁ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.